ଅକ୍ଷର ବ୍ୟୁରୋ: ସଫଳ ହୋଇଛି ରାଜସ୍ୱ ମନ୍ତ୍ରୀଙ୍କ ଅସ୍ତ୍ରୋପଚାର । ନୂଆଦିଲ୍ଲୀ ସ୍ଥିତ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ ହୋଇଛି । ଅସ୍ତ୍ରୋପଚାର ସଫଳ ହୋଇଥିବା ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି । ବିଶିଷ୍ଠ ହୃଦରୋଗ ବିଶେଷଜ୍ଞ ଡାକ୍ତର ଏକେ ବିଶୋଇ ରାଜସ୍ୱ ମନ୍ତ୍ରୀଙ୍କ ଅସ୍ତ୍ରୋପଚାର କରିଥିଲେ । ମାର୍ଚ୍ଚ ୩ ତାରିଖ ଦିନ ହଠାତ୍ ମନ୍ତ୍ରୀ ସୁରେଶ ପୂଜାରୀ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହାପରେ ତୁରନ୍ତ ରାଜସ୍ୱ ମନ୍ତ୍ରୀଙ୍କୁ ଭୁବନେଶ୍ୱର ସ୍ଥିତ ଏମ୍ସ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଥିଲା । ହେଲେ ଉନ୍ନତ୍ତ ଚିକିତ୍ସା ଲାଗି ମାର୍ଚ୍ଚ ୫ ତାରିଖରେ ସୁରେଶ ପୂଜାରୀଙ୍କୁ ନୂଆଦିଲ୍ଲୀ ସ୍ଥିତ ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସା ମଧ୍ୟ ଆରମ୍ଭ ହୋଇଥିଲା । କରୋନାରୀ ଆର୍ଟେରୀ ଡିଜିଜ୍ ଓ ଟ୍ରିପଲ ଭେସେଲ୍ ଡିଜିଜ୍ ରେ ଆକ୍ରାନ୍ତ ହୋଇଥିଲେ । ଶେଷରେ ଦିଲ୍ଲୀ ଏମ୍ସରେ ମନ୍ତ୍ରୀ ସୁରେଶ ପୂଜାରୀଙ୍କର ଅସ୍ତ୍ରୋପଚାର ହୋଇଥିଲା । ବିଶିଷ୍ଠ ଡାକ୍ତର ହୃଦରୋଗ ବିଶେଷଜ୍ଞ ଡାକ୍ତର ଏକେ ବିଶୋଇ ରାଜସ୍ୱ ମନ୍ତ୍ରୀଙ୍କ ଅସ୍ତ୍ରୋପଚାର କରିଥିଲେ । ତେବେ ମନ୍ତ୍ରୀ ସୁରେଶ ପୂଜାରୀ ବର୍ତ୍ତମାନ ସୁସ୍ଥ ଅଛନ୍ତି ଏବଂ ତାଙ୍କୁ ବିଶ୍ରାମ ପାଇଁ ମେଡିକାଲ ପକ୍ଷରୁ କୁହାଯାଇଛି ।
ସଫଳ ହୋଇଛି ରାଜସ୍ୱ ମନ୍ତ୍ରୀଙ୍କ ଅସ୍ତ୍ରୋପଚାର; ନୂଆଦିଲ୍ଲୀ ସ୍ଥିତ ଏମ୍ସ୍ ମେଡିକାଲ ପକ୍ଷରୁ ସୂଚନା ।












Leave a Reply