ଅକ୍ଷର ବ୍ୟୁରୋ: ଦେଶରେ ଏଲ୍ପିଜି ଯୋଗାଣରେ ସମସ୍ୟା ସୃଷ୍ଟି ହୋଇଥିବା ବେଳେ ସରକାର ଏହାର ବିକଳ୍ପ ଇନ୍ଧନ ସ୍ୱରୂପ ରାଜ୍ୟଗୁଡିକୁ ୪୦,୦୦୦ ଲିଟର କିରାେସିନି ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଗୁରୁବାର ପଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଯୁଗ୍ମ ସଚିବ ସୁଜାତା ଶର୍ମା କହିଛନ୍ତି ଯେ ଦେଶରେ ଏବେ ଏଲ୍ପିଜି ଯୋଗାଣ ବାଧାପ୍ରାପ୍ତ ହୋଇଛି । କାରଣ ଲୋକେ ଏଲପିଜିର ଅଭାବ ଦେଖାଯିବାର ଆଶଙ୍କାରେ ଆବଶ୍ୟକତା ଠାରୁ ଅଧିକ ସଂଖ୍ୟକ ସିଲିଣ୍ଡର ବୁକିଂ କରୁଛନ୍ତି । ଯଦ୍ବାରା ଏହାର ଯୋଗାଣ ବାଧାପ୍ରାପ୍ତ ହେଉଛି । ଦେଶରେ ଦୈନିକ ୫୦ଲକ୍ଷ ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର ଯୋଗାଣ କରାଯାଉଛି ।
ତେବେ କୌଣସି ବିତରକଙ୍କ ପାଖରେ ଏବେ ସିଲିଣ୍ଡର ଅଭାବ ନାହିଁ । ବୁକିଂ ଅନୁଯାୟୀ ସମସ୍ତ ଗ୍ରାହକଙ୍କୁ ସିଲିଣ୍ଡର ଯୋଗାଯାଉଛି । ସେହିପରି କୌଣସି ପେଟ୍ରୋଲ ଓ ଡିଜେଲ୍ ପମ୍ପରେ ଇନ୍ଧନର ଅଭାବ ନାହିଁ । ସମସ୍ତ ପମ୍ପଗୁଡିକରେ ପର୍ଯ୍ୟାପ୍ତ ମାତ୍ରାର ଇନ୍ଧନ ଯୋଗାଇ ଦିଆଯାଉଛି । ସୁଜାତା ଶର୍ମା କହିଛନ୍ତି ଯେ ଦେଶରେ ଆବଶ୍ୟକ ହେଉଥିବା ଏଲ୍ପିଜିର ୬୦% ବିଦେଶରୁ ଆମଦାନୀ ହୋଇଥାଏ । ଆଉ ଏହି ଆମଦାନୀର ୯୦% ହର୍ମୁଜ ପ୍ରଣାଳୀ ଦେଇ ଆମଦାନୀ ହୋଇଥାଏ । ତେଣୁ ଏହା ଏକ କଷ୍ଟକର ପରିସ୍ଥିତି । ପରିସ୍ଥିତିକୁ ମୁକାବିଲା କରିବା ଲାଗି ସରକାର ବିକଳ୍ପ ମାଧ୍ୟମକୁ ଆପଣାଉଛନ୍ତି ।












Leave a Reply