ଅକ୍ଷର ବ୍ୟୁରୋ: ଇରାନ ଓ ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଯୁଦ୍ଧର ପ୍ରଭାବ ଏବେ ଭାରତରେ ଅନୁଭୂତ ହେଲାଣି । ଦେଶବ୍ୟାପୀ ବାଣିଜ୍ୟିକ ଗ୍ୟାସ୍ ସିଲିଣ୍ଡରର ଘୋର ଅଭାବ ଦେଖାଦେଇଥିବା ବେଳେ, ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ହୋଟେଲ ଓ ରେଷ୍ଟୁରାଣ୍ଟ ଶିଳ୍ପକୁ ସଙ୍କଟରୁ ରକ୍ଷା କରିବା ପାଇଁ ସରକାର ୨୦ ପ୍ରତିଶତ ସ୍ୱତନ୍ତ୍ର କୋଟା ଘୋଷଣା କରିଛନ୍ତି । ଯୁଦ୍ଧ ଯୋଗୁଁ ଯୋଗାଣ ଶୃଙ୍ଖଳା ବାଧାପ୍ରାପ୍ତ ହେବାରୁ ଦେଶର ଅନେକ ସ୍ଥାନରେ ରେଷ୍ଟୁରାଣ୍ଟଗୁଡ଼ିକ ବନ୍ଦ ହେବା ସ୍ଥିତିକୁ ଚାଲିଆସିଥଲାଣି । ଗ୍ୟାସ ଅଭାବରୁ ଅନେକ ହୋଟେଲ ମାଲିକ ନିଜର ”ମେନୁ” ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଥିଲେ । ଏହି ଗମ୍ଭୀର ପରିସ୍ଥିତିକୁ ନେଇ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ଏକ ଜରୁରୀକାଳୀନ ବୈଠକ କରିଥିଲେ । ପର୍ୟ୍ୟଟନ ଓ ଖାଦ୍ୟ ବ୍ୟବସାୟ ଉପରେ ଏହାର ପ୍ରଭାବକୁ ସମୀକ୍ଷା କରିବା ପରେ ସରକାର ଏହି ଆଶ୍ୱସ୍ତିକର ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ସୂଚନା ଦିଆଯାଇଛି ।
କେନ୍ଦ୍ର ସରକାରର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି; ହୋଟେଲ ଓ ରେଷ୍ଟୁରାଣ୍ଟ ପାଇଁ ୨୦ ପ୍ରତିଶତ ସ୍ୱତନ୍ତ୍ର କୋଟା ଘୋଷଣା ।












Leave a Reply