ରାଜଧାନୀର ଦୟା ନଦୀ କୂଳରେ ୧୪୦ ଫୁଟର ବାଲୁକା ମୂର୍ତ୍ତି ।

ଅକ୍ଷର ବ୍ୟୁରୋ: ରାଜଧାନୀରେ ନିର୍ମାଣ ହେଇଛି ୧୪୦ ଫୁଟର ବୁଦ୍ଧଙ୍କ ବାଲୁକା ମୂର୍ତ୍ତି । ଭୁବନେଶ୍ୱର ରୋଟାରୀ କ୍ଳବ ପକ୍ଷରୁ ଦୟା ନଦୀ କୂଳରେ ପ୍ରସ୍ତୁତ ହୋଇଛି ଏହି ମୂର୍ତ୍ତି । ମୂର୍ତ୍ତିର ଲମ୍ବା ୧୪୦ ଫୁଟ, ଉଚ୍ଚତା ୩୬ ଫୁଟ ରହିଛି । ବିଶ୍ୱକୁ ଶାନ୍ତିର ବାର୍ତ୍ତା ନେଇ ନିର୍ମାଣ ହୋଇଛି ବୁଦ୍ଧଙ୍କ ଶୟନ ମୁଦ୍ରାର ବାଲୁକା କଳା । ବାଲୁକା ମୂର୍ତ୍ତି ନିର୍ମାଣ କରିବା ପାଇଁ ୨୨ ଲକ୍ଷ କିଲୋ ବାଲି ବ୍ୟବହାର ହୋଇଛି । ଏହାକୁ ନିର୍ମାଣ କରିବା ପାଇଁ ୩୬ ଘଣ୍ଟା ଲାଗିଥିବା ବେଳେ ଏଥିରେ ୨୦ ଜଣ ଶିଳ୍ପୀ ସହଯୋଗ କରିଛନ୍ତି । ଏହି ୨୦ ଜଣ ଶିଳ୍ପୀଙ୍କ ମଧ୍ୟରେ ୬ଜଣ ଯୁବତୀ ରହିଛନ୍ତି । ଆଜିଠୁ ୩ ଦିନ ପର୍ଯ୍ୟନ୍ତ ଏହି ବାଲୁକା ମୂର୍ତ୍ତି ଲୋକ ଦେଖିପାରିବେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)