କେନାଲରେ ପଶିଗଲା ହାଇଓ୍ବା, ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର

ଅକ୍ଷର ବ୍ୟୁରୋ: ବାରଙ୍ଗ ଷଣ୍ଢପୁର ନିକଟରେ ରାସ୍ତା କଡ଼ରେ ଏକ ଗଛକୁ ଧକ୍କା ଦେଇ ପୁରୀ ମୁଖ୍ୟ କେନାଲରେ ପଶିଗଲା ହାଇଓ୍ବା । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର । ଘଟଣାସ୍ଥଳରୁ ଚାଳକ ଫେରାର ହୋଇଯାଇଥିବା ଜଣାପଡିଛି ।

ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଏକ ଦ୍ରୁତଗାମୀ ହାଇଓ୍ବା ବାରଙ୍ଗ ପଟୁ ଗୋଡିସାହି ଅଭିମୁଖେ ଆସିବା ବେଳେ ଷଣ୍ଢପୁର ନିକଟରେ ପୁରୀ ମୁଖ୍ୟ କେନାଲ ଭିତରକୁ ପଶିଯାଇଥିଲା । ସ୍ଥାନୀୟ ଲୋକେ କହିଛନ୍ତି ଚାଳକର ଆଖି ଲାଗିଯିବାରୁ ଗାଡ଼ିଟି ରାସ୍ତା କଡ଼ରେ ଥିବା ଏକ ଗଛରେ ଧକ୍କା ହୋଇ କେନାଲ ମଧ୍ୟକୁ ଖସି ପଡିପଡିଥିଲା । ଦୁର୍ଘଟଣା ପରେ ଚାଳକ ଫେରାର ହୋଇଯାଇଥିବାର ଜଣାପଡିଛି। ସୂଚନା ପାଇ ଗୋଡିସାହି ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)