ଆଜି ନବରଙ୍ଗପୁର ଜିଲ୍ଲାର ୪ଟି ବ୍ଲକରେ ଅଖ ଚକ ବନ୍ଦ ଡାକରା ।

ଅକ୍ଷର ବ୍ୟୁରୋ: ଆଜି ନବରଙ୍ଗପୁର ଜିଲ୍ଲାର ୪ଟି ବ୍ଲକରେ ବନ୍ଦ ପାଳନ କରାଯାଇଛି । ସଂଗ୍ରାମୀ ମଞ୍ଚ ପକ୍ଷରୁ ବନ୍ଦ ଡାକରା ହେଉଥିବା ବେଳେ ସମର୍ଥନ ଦେଇଛି କଂଗ୍ରେସ । ଭୂ-ବନ୍ଦୋବସ୍ତ, ମେଡିକାଲ କଲେଜ, ଧାନ ମଣ୍ଡି ସମସ୍ୟା, ମକାର ଅଭାବୀ ବିକ୍ରି ଭଳି ସମସ୍ୟାର ସମାଧାନ ପାଇଁ ଗର୍ଜିଛି ଉମରକୋଟ ସଂଗ୍ରାମ ମଞ୍ଚ। ସରକାରୀ ଅବହେଳା ଓ ଦୀର୍ଘ ଦିନର ଦାବି ପୂରଣ ନହେବାରୁ ଏବେ ଆନ୍ଦୋଳନ ପଥକୁ ଓହ୍ଲାଇଛି ମଞ୍ଚ । ଆଜି ଉମରକୋଟ, ରାଇଘର, ଝରିଗାଁ ଏବଂ ଚାନ୍ଦାହାଣ୍ଡି ବ୍ଲକକୁ ସମ୍ପୂର୍ଣ୍ଣ ଅଖ ଚକ ବନ୍ଦ ଡାକରା ଦିଆଯାଇଛି । ୧୯୫୬ ମସିହା ପରଠାରୁ ଉମରକୋଟ ଅଞ୍ଚଳରେ ହୋଇନାହିଁ ଭୁ ବନ୍ଦୋବସ୍ତ । ସ୍ୱାଧୀନତାର ୭ ଦଶନ୍ଧି ପରେ ବି ଲୋକେ ନିଜ ଜମିର ପଟ୍ଟା ପାଇବାରୁ ବଞ୍ଚିତ । ଉମରକୋଟକୁ ସବ୍-ଡିଭିଜନ ମାନ୍ୟତା ଦିଆ ହୋଇଛି କିନ୍ତୁ ସରକାରୀ ଅଧିକାରୀ ନିଯୁକ୍ତି ହୋଇନାହାନ୍ତି । ପ୍ରସ୍ତାବିତ ମେଡିକାଲ କଲେଜକୁ ଉମରକୋଟରେ ସ୍ଥାପନ ପାଇଁ ଦାବି ଜୋର ଧରିଛି । ସେହିପରି ମକା ଚାଷୀଙ୍କ ପାଇଁ କୌଣସି ସୁବିଧା ନଥିବା ବେଳେ, ଅଞ୍ଚଳରେ ଏକ ମକା ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ ପାଇଁ ସଂଗ୍ରାମ ମଞ୍ଚ ଦାବି କରିଛି । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)