ରାଜଧାନୀରେ ଚାଞ୍ଚଲ୍ୟ; ଜଣେ ନାବାଳିକା ସହ ୩ ଯୁବତୀ ଅପହୃତ ସମୟରେ ବରମୁଣ୍ଡାରୁ ଉଦ୍ଧାର

ଅକ୍ଷର ବ୍ୟୁରୋ: ଗତ କାଲି ବିଳମ୍ବିତ ରାତିରେ ୪ଜଣ ଅପହୃତ ଯୁବତୀଙ୍କୁ ବରମୁଣ୍ଡା ବସଷ୍ଟାଣ୍ଡରୁ କରାଯାଇଛି ଉଦ୍ଧାର । ୪ଜଣଙ୍କ ଭିତରେ ଜଣେ ନାବାଳିକା ଥିବା ଜଣାପଡିଛି । ରାତିରେ ସେମାନଙ୍କୁ ଅପହରଣ କରାଯାଉଥିଲା । ବସଷ୍ଟାଣ୍ଡର ସୁରକ୍ଷା କର୍ମୀମାନେ ସେମାନଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ଯୁବତୀ ମାନଙ୍କୁ ଷ୍ଟେ ହୋମ୍ ରେ ରଖାଯାଇଛି।
ଏକ ଆଶ୍ରମ ସହ ଜଡିତ କିଛି ଏନଜିଓ କର୍ମଚାରୀ ଏହି ଯୁବତୀଙ୍କୁ ଜିଲ୍ଲା ବାହାରକୁ ଚାଲାଣ କରିବା ପାଇଁ ଉଦ୍ୟମ କରୁଥିବା ସାମ୍ନାକୁ ଆସିଛି । ଭୟବିତ ଅବସ୍ଥାରେ ଦୌଡି ଦୌଡି ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ପହଞ୍ଚିଥିଲେ | ସେତେବେଳେ ବସ ଷ୍ଟାଣ୍ଡ ସୁରକ୍ଷାକର୍ମୀମାନେ ହସ୍ତକ୍ଷେପ କରି ଯୁବତୀମାନଙ୍କୁ ଉଦ୍ଧାର କରିଥିଲେ |

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)