ଅକ୍ଷର ବ୍ୟୁରୋ: ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ରେଞ୍ଜ ନୁନୁପାଣି ଗ୍ରାମ ନିକଟରେ ଏକ କଲରାପତରିଆ ବାଘଛାଲକୁ ନେଇ ଡିଲ୍ ଚାଲିଥିବା ବେଳେ ବନ ବିଭାଗର ସ୍ବତନ୍ତ୍ର ଟିମ୍ ର ଚଢଉ । ଏହି ସ୍ୱତନ୍ତ୍ର ଟିମ୍ ଡିଲ୍ରେ ସଂପୃକ୍ତ ଥିବା ତିନି ଜଣଙ୍କୁ ଧରିଛି । ସୂଚନା ଅନୁଯାଇ ବାଘଛାଲକୁ ପାଞ୍ଚ ଲକ୍ଷ ଟଙ୍କାରେ ଡିଲ୍ କରାଯାଇଥିଲା । ଧରାପଡ଼ିଥିବା ତିନିଜଣଙ୍କ ମଧ୍ୟରୁ ଝରିଗାଁ ବ୍ଳକର ଦୁଇଜଣ ବିକ୍ରେତା ଥିବା ବେଳେ ଅନ୍ୟ ଜଣେ କ୍ରେତା ରହିଛନ୍ତି । ସେମାନଙ୍କୁ ଅଟକ ରଖି ବନ ବିଭାଗ ତଦନ୍ତ କରୁଛି । ପ୍ରକାଶ ଥାଉକି ପୂର୍ବରୁ ଏହି ଅଞ୍ଚଳରେ ଅନେକ ଥର ବାଘ ଛାଲ ଜବତ ହୋଇଥିବା ଦେଖିବାକୁ ମିଳିଛି । ବନ ବିଭାଗ ଘଟଣାକୁ ଗୁରୁତର ସହ ନେଇ ଏକ ଘଟଣାର କିଙ୍ଗପିନ୍ ନିକଟରେ ପହଞ୍ଚିବାକୁ ତଦନ୍ତ ଜାରି ରଖିଛି । ତେବେ ଉକ୍ତ ବାଘ ଛାଲ କେଉଁଠୁ ଆସିଲା, ମୃତ କଲରାପତରିଆର ବୟସ କେତେ ତାହା ସ୍ପଷ୍ଟ ହୋଇନାହିଁ ।
କଲରାପତରିଆ ବାଘଛାଲକୁ ନେଇ ବନ ବିଭାଗର ସ୍ୱତନ୍ତ୍ର ଟିମ୍ ର ଚଢଉ ।












Leave a Reply