ଅକ୍ଷର ବ୍ୟୁରୋ: କାନ୍ଥ କଣା କରି ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରି କଲେ ଦୁର୍ବୁତ୍ତ । ଗତକାଲି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବସଷ୍ଟାଣ୍ଡ ନିକଟରେ ଥିବା ଏକ ମୋବାଇଲ ଦୋକାନରୁ ଚୋରି ହୋଇଛି । ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ଦୋକାନର ପଛପଟ କାନ୍ଥ ଭାଙ୍ଗି ଭିତରକୁ ପଶିଥିଲେ । ଦୁର୍ବୁତ୍ତ ଜଣକ ଚତୁରତାର ସହ ମୁହଁ ରେ ମାସ୍କ ଲଗାଇବା ସହିତ ସିସିଟିଭି ରୁ ବଞ୍ଚିବା ପାଇଁ ଏକ ଛତା ଧରି ଭିତରକୁ ପଶିଥିଲେ । ଦୋକାନରୁ ୪୭ଟି ଦାମୀ ମୋବାଇଲ ସହ ଡ୍ରରେ ଥିବା ୧୫ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଲୁଟ କରିଛନ୍ତି । ମୋବାଇଲଗୁଡିକର ଆନୁମାନିକ ମୂଲ୍ୟ ପ୍ରାୟ ୧୭ ଲକ୍ଷ ହେବ ବୋଲି ଦୋକାନ କର୍ମଚାରୀ କହିଛନ୍ତି । ଆଜି ସକାଳୁ ଦୋକାନ ମାଲିକ ଦୋକାନ ଖୋଳିବା ପରେ ଦୋକାନରୁ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ଏନେଇ ସେ ବୀରମହାରାଜପୁର ଥାନାରେ ଲିଖିତ ଅଭିଯୋଗ ପରେ ବୀରମହାରାଜପୁର ପୋଲିସ ଦୋକାନରେ ପହଁଚି ତଦନ୍ତ ଆରମ୍ଭ କରିଛି l
କାନ୍ଥ କଣା କରି ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରି କଲେ ଦୁର୍ବୁତ୍ତ ।












Leave a Reply