ଘୁଷୁରୀ ଚରାଉଥିବା ବେଳେ ବୋମାରେ ପାଦ ପଡ଼ି ଯୁବକ ମୃତ

ଅକ୍ଷର ବ୍ୟୁରୋ: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ମଥୁରା ଗାଁ ପୋଖରୀ ନିକଟରେ ଘୁଷୁରୀ ଚରାଉଥିବା ବେଳେ ବୋମାର ପାଦ ପଡି ଯୁବକ ମୃତ । କେହି ଶିକାରୀ ବନ୍ୟଜନ୍ତୁ ଶିକାର ପାଇଁ ହାତ ତିଆରି ବୋମା ଖଞ୍ଜିଥିଲା ଫଲରେ ଜଣେ ଯୁବକଙ୍କ ପ୍ରାଣହାନୀ ହୋଇଛି | ମଳାଭଣଞ୍ଜା ବନ୍ଧସାହିର ଜି.ରାଜା ପୋଖରୀ ନିକଟରେ ଘୁଷୁରୀ ଚରାଉଥିବା ବେଳେ ବୋମା ଉପରେ ଚଢିଯାଇଥିଲେ ।

ବୋମା ବିସ୍ଫୋରଣ ପରେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା ପରେ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ କେ ସି ଜି ସ୍ଥାନାନ୍ତର କରାଯାଇଥିଲା l ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ଦିଗପହଣ୍ଡି ପୋଲିସ ପହଞ୍ଚି ତଦନ୍ତ ତଦନ୍ତ ଆରମ୍ଭ କରିଛି । ପୋଷ୍ଟମର୍ଟର ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)