ରଙ୍ଗ୍‌ ରୁଟରେ ଦୌଡ଼ିଲା ‘ଆମ ବସ୍’, ବାପ-ଝିଅଙ୍କୁ ଧକ୍କା: ମଞ୍ଚେଶ୍ୱରରେ ଉତ୍ତେଜନା

ଅକ୍ଷର ବ୍ୟୁରୋ: ରାଜଧାନୀରେ ପୁଣି ଆତଙ୍କ ସୃଷ୍ଟି କରିଛି ‘ଆମ ବସ୍’। ମଞ୍ଚେଶ୍ୱର ଅଞ୍ଚଳରେ ଏକ ଆମ ବସ୍‌ ବାପ ଓ ଝିଅଙ୍କୁ ଧକ୍କା ଦେଇଥିବା ଘଟଣାକୁ ନେଇ ଚଞ୍ଚଳ୍ୟ ସୃଷ୍ଟି ହୋଇଛି। ସ୍କୁଲ ସାରି ଘରକୁ ଫେରୁଥିବା ବେଳେ ରଙ୍ଗ୍‌ ରୁଟରେ ଆସୁଥିବା ଆମ ବସ୍‌ ହଠାତ୍‌ ସେମାନଙ୍କୁ ଧକ୍କା ଦେଇଥିବା ଅଭିଯୋଗ ହୋଇଛି। ଦୁର୍ଘଟଣାରେ ଝିଅଟି ଆହତ ହୋଇଥିବାବେଳେ ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଥିଲେ। ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। କ୍ଷୁବ୍ଧ ସ୍ଥାନୀୟ ବାସିନ୍ଦାମାନେ ଆମ ବସ୍‌କୁ ଅଟକାଇ ଚାଳକଙ୍କ ବେପରୁଆ ଗାଡ଼ି ଚାଳନାକୁ ନେଇ ପ୍ରତିବାଦ କରିଥିଲେ।

ସୂଚନା ଅନୁଯାୟୀ, ବସ୍‌ଟି ନିର୍ଦ୍ଧାରିତ ମାର୍ଗ ବଦଳରେ ରଙ୍ଗ୍‌ ରୁଟରେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ତେବେ ଘଟଣାର ସଠିକ୍‌ ପରିସ୍ଥିତି ଓ ଦୁର୍ଘଟଣା ପଛର କାରଣ ଜାଣିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି। ଗତ କିଛି ଦିନ ଧରି ରାଜଧାନୀରେ ଆମ ବସ୍‌ ଜଡିତ ଏକାଧିକ ଦୁର୍ଘଟଣା ସାମ୍ନାକୁ ଆସୁଥିବାବେଳେ, ପୁଣି ଏହି ଘଟଣା ସାଧାରଣ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି। ବେପରୁଆ ଚାଳନା ଓ ଟ୍ରାଫିକ୍‌ ନିୟମ ଉଲ୍ଲଂଘନକୁ ନେଇ ଆମ ବସ୍‌ ସେବା ଉପରେ ପ୍ରଶ୍ନ ଉଠିଛି। ସ୍ଥାନୀୟ ଲୋକଙ୍କ ଦାବି, ଦୁର୍ଘଟଣା ପାଇଁ ଦାୟୀ ଚାଳକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ସହରରେ ଚଳାଚଳ କରୁଥିବା ଆମ ବସ୍‌ଗୁଡ଼ିକ ଉପରେ କଡ଼ା ନଜର ରଖାଯାଉ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)