ଇଣ୍ଟରନେଟ୍‌ କେବୁଲ କାମ ବେଳେ ଅଘଟଣ: ୧୧ କେଭି ତାର ସଂସ୍ପର୍ଶରେ ଆସି ଯୁବକ ଗୁରୁତର

ସୋର: ଇଣ୍ଟରନେଟ୍‌ କେବୁଲ କାମ କରୁଥିବା ବେଳେ ବିଦ୍ୟୁତ୍‌ ଆଘାତର ଶିକାର ହୋଇ ଜଣେ ଯୁବକ ଗୁରୁତର ଆହତ। ସୋର ଡାକ୍ତରଖାନା ପଛପଟେ ଆଜି ସକାଳେ ଏହି ଅଘଟଣ ଘଟିଛି। ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଯୁବକ ଜଣକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଅନନ୍ତପୁର ଥାନା ଅନ୍ତର୍ଗତ ବାଳଙ୍ଗ ଗ୍ରାମର ମଣିଭଦ୍ର ବାରିକ ସୋରର କ୍ଷେତ୍ରମଣି ଡିଜିଟାଲରେ ଇଣ୍ଟରନେଟ୍‌ କେବୁଲ କାମ କରନ୍ତି। ଆଜି ସକାଳେ ସେ ସୋର ଡାକ୍ତରଖାନା ପଛପଟେ କେବୁଲ କାମ କରୁଥିବା ସମୟରେ ହଠାତ୍‌ ଉପରେ ଥିବା ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଥିଲେ। ବିଦ୍ୟୁତ୍‌ ଆଘାତ ପରେ ସେ ଗୁରୁତର ଆହତ ହୋଇଥିଲେ। ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ନେଇଥିଲେ। ସେଠାରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial