ଆୟଠାରୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗ: ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ , ୭ ସ୍ଥାନରେ ଏକକାଳୀନ ଚଢ଼ାଉ

ଅକ୍ଷର ବ୍ୟୁରୋ: ଦୁର୍ନୀତି ବିରୋଧୀ ଅଭିଯାନରେ ଆଜି ବଡ଼ ସଫଳତା ପାଇଛି ଭିଜିଲାନ୍ସ ବିଭାଗ। କୋରାପୁଟ ଜିଲ୍ଲାର କୋଟପାଡ଼ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ଜୟପୁର ଭିଜିଲାନ୍ସ ସ୍ୱତନ୍ତ୍ର ବିଚାରପତିଙ୍କ ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ଏହି ବ୍ୟାପକ ଚଢ଼ାଉ କରାଯାଉଛି। ୭ଜଣ ଡିଏସ୍ ପି, ୯ ଜଣ ଇନ୍ସପେକ୍ଟର, ୧୧ ଜଣ ASI ଓ ଅନ୍ୟ କର୍ମଚାରୀ ଚଢ଼ାଉରେ ସାମିଲ ହୋଇଥିବାବେଳେ ବିଭିନ୍ନ ସ୍ଥାନରେ ଦଲିଲପତ୍ର, ସମ୍ପତ୍ତି ଓ ଆର୍ଥିକ କାରବାରର ଯାଞ୍ଚ ଚାଲିଛି। ଜୟପୁରର ପରାବେଡ଼ା ଅଞ୍ଚଳରେ ଥିବା ତାଙ୍କ ଭଡ଼ା ଘର, ଖୋର୍ଦ୍ଧା ଜିଲ୍ଲା ଜଟଣୀର ହାଇଟେକ୍ ପ୍ଲାଜାରେ ଥିବା ଫ୍ଲାଟ, କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅନ୍ତର୍ଗତ ଜାହାଙ୍ଗର ଗ୍ରାମରେ ଥିବା ପୈତୃକ ବାସଭବନ, କୋଟପାଡ଼ରେ ଥିବା ସରକାରୀ କ୍ୱାର୍ଟର, କାର୍ଯ୍ୟାଳୟ କକ୍ଷ ଏବଂ ବୋରିଗୁମ୍ମା ତହସିଲ ଅନ୍ତର୍ଗତ ତାରାଗାଁ ମୌଜାରେ ଥିବା ଦୁଇଟି ଫାର୍ମରେ ରେଡ୍ ଚାଲିଛି। ପ୍ରାଥମିକ ସୂଚନା ଅନୁସାରେ, ଚଢ଼ାଉ ସମୟରେ ଏପର୍ଯ୍ୟନ୍ତ ୫ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଜବତ କରାଯାଇଛି। ଏହାସହ ବ୍ୟାଙ୍କ ଜମା, ଜମି ଦଲିଲ, ଅଚଳ ସମ୍ପତ୍ତି ଓ ଅନ୍ୟାନ୍ୟ ବିନିଯୋଗ ସମ୍ପର୍କିତ ଦସ୍ତାବିଜ ମଧ୍ୟ ଯାଞ୍ଚ କରାଯାଉଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial