ଓଡ଼ିଶାରେ ବ୍ୟାପକ ହେବ ଦୁଃସାହସିକ ଜଳକ୍ରୀଡ଼ା; ୫ ଜିଲ୍ଲାରେ ଜାଗା ଚିହ୍ନଟ କରିବେ ବୈଷୟିକ ଟିମ୍ ।

ଅକ୍ଷର ବ୍ୟୁରୋ: ଓଡ଼ିଶାରେ ବ୍ୟାପକ ହେବ ଦୁଃସାହସିକ ଜଳକ୍ରୀଡ଼ା । ୫ ଜିଲ୍ଲାରେ ଜାଗା ଚିହ୍ନଟ କରିବେ ବୈଷୟିକ ଟିମ୍ । ଓଡ଼ିଶାର ଅମୂଲ୍ୟ ପ୍ରାକୃତିକ ସମ୍ପଦ ଓ ଜଳରାଶିକୁ ପର୍ଯ୍ୟଟନର କ୍ଷେତ୍ରରେ ବ୍ୟବହାର ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟର ବିଭିନ୍ନ ଅଞ୍ଚଳରେ ‘ଜଳଭିତ୍ତିକ ଦୁଃସାହସିକ ପର୍ଯ୍ୟଟନ’ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି । ଓଡ଼ିଶା ଦୁଃସାହସିକ ପର୍ଯ୍ୟଟନ ନିୟମାବଳୀ-୨୦୨୫ ଅନୁଯାୟୀ, ଗୋ-ଆଡଭେଞ୍ଚର ପୋର୍ଟାଲ ଜରିଆରେ ଆସିଥିବା ନୂତନ ଆବେଦନଗୁଡ଼ିକର କ୍ଷେତ୍ର ପରିଦର୍ଶନ ଓ ବୈଷୟିକ ଯାଞ୍ଚ ପାଇଁ ପର୍ଯ୍ୟଟନ ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ପୁରୀ, ଗଞ୍ଜାମ, ଜଗତସିଂହପୁର, ସମ୍ବଲପୁର ଏବଂ ସୁନ୍ଦରଗଡ଼ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଆବଶ୍ୟକୀୟ ସହଯୋଗ କରିବାକୁ ପତ୍ର ମାଧ୍ୟମରେ ଅନୁରୋଧ କରାଯାଇଛି ।

ପୁରୀର ଚିଲିକା ଠାରୁ ଅସ୍ତରଙ୍ଗ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପର୍ଯ୍ୟଟକଙ୍କୁ ଆମୋଦିତ କରିବା ନିମନ୍ତେ ଦୁଃସାହସିକ ଜଳକ୍ରୀଡ଼ା କରାଯାଉଥିବାରୁ ଏପରି ଦୁର୍ଘଟଣାକୁ ଏଡ଼ାଇବାକୁ ଯାଞ୍ଚ କଡ଼ାକଡ଼ି କରାଯାଉଛି । ଯାତ୍ରୀଙ୍କୁ ଜଳକ୍ରୀଡ଼ା ସେବା ଦେଉଥିବା ସଂସ୍ଥାଗୁଡ଼ିକୁ ଯାଞ୍ଚ ପ୍ରକ୍ରିୟାରେ ନିଆଯାଇଛି । କ୍ରୁଜ୍‌, ଜେଟସ୍କି, ଡଙ୍ଗାଗୁଡ଼ିକ ସୁରକ୍ଷା ସାଙ୍ଗକୁ ନିର୍ଦ୍ଧାରିତ ମାନର ସୁରକ୍ଷା ଉପକରଣ ବ୍ୟବହାର, ଆବଶ୍ୟକ ଏନ୍‌ଓସି (ନନ୍‌ ଅବଜେକ୍‌ସନ୍‌ ସାର୍ଟିଫିକେଟ) ହାସଲ କରିଛନ୍ତି କି ନାହିଁ ତାହାର ଅନୁଧ୍ୟାନ କରାଯାଉଛି । ପୁରୀ ଆସି ଦୁଃସାହସିକ ଜଳ କ୍ରୀଡ଼ା ପାଇଁ ସ୍ଥିତି ଅନୁଧ୍ୟାନ କରୁଛି ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍‌ ୱାଟର୍‌ସ୍ପୋର୍ଟସ (ଏନ୍‌ଆଇଓଓବ୍ଲୁ)ର ଅଧିକାରୀଙ୍କ ସମେତ ପ୍ରଶାସନିକ ଯୁଗ୍ମ ଟିମ୍‌ । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)