ଅକ୍ଷର ବ୍ୟୁରୋ: ସାଲେପୁର ବାହାବଳପୁର ଗାଁର ଅଭାବନୀୟ ଘଟଣା । ୨୫ ଦିନ ଧରି ଜୀବନ ମରଣ ସହ ସଂଗ୍ରାମ କରିବା ପରେ ଶେଷରେ ହାରି ଆଖି ବୁଜିଲା କୁନି ପୁଅ । କଟକ ଶିଶୁ ଭବନରେ ଚିକିତ୍ସାଧୀନ ଅବସ୍ଥାରେ ରୋହିତ କୁମାର ମଲ୍ଲିକଙ୍କ ୫ ବର୍ଷର ପୁଅର ମୃତ୍ୟୁ ହୋଇଛି । ଗତ ତିନି ସପ୍ତାହ ଧରି ଶିଶୁଟିର ଚିକିତ୍ସା ଚାଲିଥିଲା ବେଳେ ଆଜି ମୃତ୍ୟୁ ହୋଇଛି । ରୋହିତ କୁମାର ମଲ୍ଲିକଙ୍କ ପଡ଼ୋଶୀ ସମ୍ପତ୍ତି ଲୋଭ ପାଇଁ ଗତ ମେ ୨୨ ତାରିଖରେ ଶିଶୁକୁ ମିଠାରେ ବିଷ ଦେଇ ମାରିବାକୁ ଉଦ୍ୟମ କରିଥିଲେ। ଅବସ୍ଥା ଗୁରୁତର ହୋଇପଡ଼ିବାରୁ ତାକୁ ପ୍ରଥମେ ସାଲେପୁର ମେଡିକାଲ ଏବଂ ପରେ ଶିଶୁଭବନକୁ ସ୍ଥାନାନ୍ତର କରାଯାଇଥିଲା । ନାବାଳକ ମୃତ୍ୟୁ ପରେ ପରିବାର ଭାଙ୍ଗି ପଡ଼ିଛନ୍ତି । ଶିଶୁକୁ ବିଷ ଦେଇ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ଆଣିଥିଲେ ପରିବାର ଲୋକ । ପୋଲିସ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଉ ଓ ତାଙ୍କୁ ନ୍ୟାୟ ମିଳୁ ବୋଲି ପରିବାର ଲୋକ ଦାବି କରିଛନ୍ତି ।
୨୫ ଦିନ ଧରି ଜୀବନ ମରଣ ସହ ସଂଗ୍ରାମ କରିବା ପରେ ଆଖି ବୁଜିଲା କୁନି ପୁଅ











Leave a Reply