କିଟ୍ ରେ ପୁଣି ନେପାଳୀ ଛାତ୍ରୀଙ୍କ ମୃତ୍ୟୁ। ଆନ୍ତର୍ଜାତୀୟ କିଟ୍ ବିଶ୍ୱବିଦ୍ୟାଳୟ ବିଟେକ୍ ପ୍ରଥମ ବର୍ଷର ପ୍ରିଶା ଶାହ ନାମକ ଆଉ ଜଣେ ନେପାଳୀ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଗତକାଲି ସନ୍ଧ୍ୟା ୭ଟା ବେଳେ ହଷ୍ଟେଲରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ଇନଫୋସିଟି ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ତେବେ, କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା ? ଏହା ହତ୍ୟା କି ଆତ୍ମହତ୍ୟା ଏଯାଏଁ କିଛି ଜଣାପଡ଼ି ନାହିଁ।
ତେବେ ଏହି ଘଟଣାକୁ ନେଇ କିଟ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ଏଯାଏଁ ମିଳିପାରିନାହିଁ। ପୂର୍ବରୁ ଜଣେ ଛାତ୍ରୀଙ୍କ ମୃତ୍ୟୁ ମାମଲାକୁ ନେଇ ରାଜନୀତି ଜୋର ଧରିଥିଲା। ତଦନ୍ତ ପାଇଁ ଦାବି କରାଯାଇଥିଲା। ସରକାର ମଧ୍ୟ ଏକ କମିଟି ଗଠନ କରି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯାହାର ତଦନ୍ତ ଏବେ ଯାଏଁ ବି ଚାଲିଛି। ହେଲେ ଏବେ ସେହି ତଦନ୍ତର କୌଣସି ରିପୋର୍ଟ ସାମ୍ନାକୁ ନଆସୁଣୁ ପୁଣି ଗଲା ଆଉ ଜଣେ ଛାତ୍ରୀଙ୍କ ଜୀବନ।
ଏପଟେ କିଟ୍ ବିଶ୍ୱବିଦ୍ୟାଳୟ ସାମ୍ନାରେ ଏବିଭିପି ଛାତ୍ରସଂଘର ବିକ୍ଷୋଭ ଦେଖିବାକୁ ମିଳିଛି। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓଡ଼ିଶା ଏହା ଉପରେ ଗଭୀର ଦୁଃଖ ପ୍ରକାଶ କରିଛି। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓଡ଼ିଶା ମୃତ ନେପାଳୀ ଛାତ୍ରଙ୍କ ପରିବାର ପ୍ରତି ସମବେଦନା ପ୍ରକାଶ କରୁଛି। ଏବଂ କିଟ୍ ବିଶ୍ୱବିଦ୍ୟାଳୟରେ ଏପରି ଘଟଣା ବାରମ୍ବାର ଘଟୁଥିବା ଅତ୍ୟନ୍ତ ଚିନ୍ତାଜନକ ଏବଂ ଏବିଭିପିର ଏହା ସ୍ପଷ୍ଟ ମତଯେ ଏହି ପ୍ରକାରର କାର୍ଯ୍ୟ ଘୃଣ୍ୟ ଏବଂ ନିନ୍ଦନୀୟ ଏବଂ ରାଜ୍ୟ ସରକାର ନୀରବ ବୋଲି ଏବିଭିପି ପ୍ରଶ୍ନ ଉଠାଇଛି। ଏବିଭିପି ଓଡ଼ିଶା ପୂର୍ବର ରାଜ୍ୟ ସମ୍ପାଦକ କହିଛନ୍ତି, ଏବିଭିପି ଦାବି କରୁଛି ଯେ ଛାତ୍ରଙ୍କୁ ନ୍ୟାୟ ଦିଆଯାଉ ଏବଂ କୀଟ ବିଶ୍ୱବିଦ୍ୟାଳୟର ପ୍ରଶାସନ ଏବଂ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।















Leave a Reply