ଅକ୍ଷର ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଇଂରାଜୀ ନବବର୍ଷ ୨୦୨୬ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇଛନ୍ତି । ଜାନୁଆରି ୧ ତାରିଖ ଏକ କାର୍ଯ୍ୟ ଦିବସ ହୋଇଥିବାରୁ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(CMO) ଏବଂ ସମସ୍ତ ରାଜ୍ୟ ସରକାରୀ କାର୍ଯ୍ୟାଳୟ ସ୍ୱାଭାବିକ ଭାବରେ କାର୍ଯ୍ୟ କରିବ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କିମ୍ବା ଅନ୍ୟ ସରକାରୀ କାର୍ଯ୍ୟାଳୟରେ ଅଧିକାରୀମାନଙ୍କୁ ଶୁଭେଚ୍ଛା ଜଣାଇବାକୁ କେହି ବ୍ୟକ୍ତିଗତ ଭାବରେ ଆସିବା ଉଚିତ୍ ନୁହେଁ ବୋଲି ସିଏମଓ ପକ୍ଷରୁ ଜାରି ବିବୃତିରେ ନାଗରିକମାନଙ୍କୁ ଅନୁରୋଧ କରାଯାଇଛି । ସରକାରୀ କାର୍ଯ୍ୟାଳୟରେ ନୂତନ ବର୍ଷ ପାଳନ ନକରିବାକୁ ପରାମର୍ଶ ଦିଆଯାଇଛି । କାର୍ଯ୍ୟକ୍ରମ, ବୈଠକ ଏବଂ ପାର୍ଟିକୁ ନିଷେଧ କରାଯାଇଛି । ସମସ୍ତ କାର୍ଯ୍ୟାଳୟ ଏବଂ ପ୍ରତିଷ୍ଠାନର ମୁଖ୍ୟଙ୍କୁ ଏହାକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛ ବୋଲି ବିବୃତିରେ କୁହାଯାଇଛି । ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି,ଇଂରାଜୀ ନୂଆ ବର୍ଷ ୨୦୨୬ ପାଇଁ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ନୂଆବର୍ଷର ପ୍ରଥମ ଦିନ ସରକାରୀ କାର୍ଯ୍ୟ ଦିବସ ରହୁଥିବାରୁ, ଏହି ଦିନ ମୋର କାର୍ଯ୍ୟାଳୟ ଗୋଟିଏ ସାଧାରଣ କାର୍ଯ୍ୟଦିବସ ଭଳି ଚାଲିବ ଏବଂ ନିୟମିତ ଭାବେ ସରକାରୀ କାର୍ଯ୍ୟ ହେବ । ତେଣୁ, ମୋର କାର୍ଯ୍ୟାଳୟକୁ ନୂଆବର୍ଷର ଅଭିନନ୍ଦନ କିମ୍ବା ଶୁଭେଚ୍ଛା ଜଣାଇବା ପାଇଁ କେହି ନ ଆସିବାକୁ ଅନୁରୋଧ ।
ନୂଆବର୍ଷରେ ସ୍ୱାଭାବିକ ଭାବରେ କାର୍ଯ୍ୟ କରିବ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମେତ ରାଜ୍ୟ ସମସ୍ତ ସରକାରୀ କାର୍ଯ୍ୟାଳୟ ।













Leave a Reply