କୋରାପୁଟରେ ଲଗାଣ ବର୍ଷା ପାଇଁ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କଲେ ଜିଲ୍ଲାପାଳ ।

ଉତ୍ତର-ପୂର୍ବ ବଙ୍ଗୋପସାଗର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର। ଏହା ପ୍ରଭାବରେ ଆସନ୍ତା ୨୮ ତାରିଖ ଯାଏଁ ରାଜ୍ୟରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆଜିଠୁ ଆସନ୍ତାକାଲି ଯାଏଁ ବର୍ଷାର ପରିମାଣ ଅଧିକ ରହିପାରେ। ଏହି ପରିପ୍ରେକ୍ଷୀରେ କୋରାପୁଟରେ ଲାଗି ରହିଛି ବର୍ଷା। ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ୫୬୨.୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ତେଣୁ ସମ୍ଭାବ୍ୟ ସ୍ଥିତିକୁ ଦେଖି ୨୮ ତାରିଖ ଯାଏଁ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କରିଛନ୍ତି କୋରାପୁଟ ଜିଲ୍ଲାପାଳ। ତା’ସହ କେହି ଯେମିତି ହେଡକ୍ୱାର୍ଟର୍ ଛାଡ଼ିବେନି, ସେ ନେଇ ଜାରି କରିଛନ୍ତି ନିର୍ଦ୍ଦେଶନାମା। 

ସମ୍ଭାବ୍ୟ ସ୍ଥିତିର ମୁକାବିଲା ପାଇଁ କଣ୍ଟ୍ରୋଲ୍ ରୁମ୍ ଖୋଲିବା ସହ ସବୁ ବିଭାଗ ସହ ପ୍ରସ୍ତୁତି ବୈଠକ କରିଛନ୍ତି ଜିଲ୍ଲାପାଳ। ସମସ୍ତ ତହସିଲଦାର ଓ ବିଡ଼ିଓ ମାନଙ୍କୁ ସଜାଗ ରହିବା ପାଇଁ କୁହାଯାଇଥିବା ବେଳେ ଭୁସ୍ପଳନ ଅଞ୍ଚଳ ଉପରେ ତୀକ୍ଷ୍ଣ ନଜର ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ପାହାଡ଼ିଆ ଅଞ୍ଚଳରେ କଚ୍ଚା ଘରେ ରହୁଥିବା ଲୋକଙ୍କୁ ଆଶ୍ରୟସ୍ଥଳୀରେ ରଖିବାକୁ ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା କରାଯିବ। ଯେ କୌଣସି ପରିସ୍ଥିତିକୁ ସାମ୍ନା କରିବା ପାଇଁ ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ଜିଲ୍ଲାପାଳ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)