ରାସ୍ତାରେ ଯାଉଥିଲେ ବୃଦ୍ଧା, ଧକ୍କା ଦେଇ ରାସ୍ତାକଡ଼କୁ ଖସିଲା କାର୍, ଗୁରୁତର ବୃଦ୍ଧା ମେଡିକାଲରେ ଭର୍ତ୍ତି

ବୈପାରିଗୁଡା: ସକାଳୁ ସକାଳୁ ବୈପାରିଗୁଡା ଅଞ୍ଚଳରେ ସଡ଼କ ଦୁର୍ଘଟଣା । ଜଣେ ବୃଦ୍ଧାଙ୍କୁ ଧକ୍କା ଦେଇ ରାସ୍ତାକଡ଼କୁ ଖସିଗଲା କାର୍ । ଦୁର୍ଘଟଣାରେ ବୃଦ୍ଧା ଗୁରୁତର ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି ।

ସୂଚନା ଅନୁଯାୟୀ, ଆଜି ସକାଳେ ବୃଦ୍ଧା ଜଣକ ଶୌଚ ପାଇଁ ରାସ୍ତାରେ ଯାଉଥିଲେ । ଏହି ସମୟରେ ହଠାତ୍ ଏକ କାର୍ ତାଙ୍କୁ ଧକ୍କା ଦେଇଥିଲା । ଧକ୍କା ପରେ କାର୍‌ଟି ନିୟନ୍ତ୍ରଣ ହରାଇ ରାସ୍ତାକଡ଼କୁ ଖସିଯାଇଥିଲା । ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧାଙ୍କୁ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ବୈପାରିଗୁଡା ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ କାର୍‌ଟି କେଉଁ କାରଣରୁ ନିୟନ୍ତ୍ରଣ ହରାଇଲା ଏବଂ ଦୁର୍ଘଟଣାର ପ୍ରକୃତ କାରଣ କ’ଣ, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ । ଘଟଣାକୁ ନେଇ ପୁଲିସ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial