ଅକ୍ଷର ବ୍ୟୁରୋ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବାଗଡ଼ିଆ ଥାନା ନୂଆଗାଁ ଗ୍ରାମର ଆମ୍ବତୋଟାରେ ହାତୀ ଆକ୍ରମଣରେ ଅଙ୍ଗନୱାଡି ସହାୟିକା ପ୍ରମିଳା ରାଉଳ(୪୦) ମୃତ୍ୟୁ ହୋଇଛି। ସେ ଗତକାଲି ତାଙ୍କ ବାପଘର ନୂଆଗାଁ ଗ୍ରାମକୁ ଆସିଥିଲେ। ଆଜି ଭୋର ୫ଟାରେ ପ୍ରମିଳା ଆମ୍ବ ଗୋଟେଇବାକୁ ଗାଁ ଆମ୍ବତୋଟାକୁ ଯାଇଥିବା ବେଳେ ସେଠାରେ ଗୋଠଖଣ୍ଡିଆ ଦନ୍ତା ଆକ୍ରମଣର ଶିକାର ହୋଇଥିଲେ। ଘଟଣାସ୍ଥଳରେ ବନ ବିଭାଗ ଓ ପୁଲିସ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଈଁ ଛେଣ୍ଡିପଦା ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠେଇଛନ୍ତି।
ଗୋଠଖଣ୍ଡିଆ ଦନ୍ତା ଆକ୍ରମଣରରେ ଅଙ୍ଗନୱାଡି ସହାୟିକା ମୃତ












Leave a Reply