ଅକ୍ଷର ବ୍ୟୁରୋ: ଭୁବନେଶ୍ୱର ଝାରପଡ଼ା ସ୍ୱତନ୍ତ୍ର କାରାଗାରରେ ପୁଣି ଜଣେ କଏଦୀଙ୍କ HIV ପଜିଟିଭ୍ ଚିହ୍ନଟ ହୋଇଛି। ଏହା ସହ ଜେଲରେ HIV ପଜିଟିଭ୍ କଏଦୀଙ୍କ ସଂଖ୍ୟା ବଢ଼ି ୯ରେ ପହଞ୍ଚିଛି। ଏହି ଘଟଣା ପରେ କାରାଗାରର ସ୍ୱାସ୍ଥ୍ୟ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣିଥରେ ଚର୍ଚ୍ଚା ଜୋର ଧରିଛି।
ସୂଚନା ଅନୁସାରେ, ଗତକାଲି ଖଣ୍ଡଗିରି ଥାନା ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରେ ତାଙ୍କୁ ଝାରପଡ଼ା ସ୍ୱତନ୍ତ୍ର କାରାଗାରକୁ ପଠାଯାଇଥିଲା। ଜେଲରେ ପ୍ରବେଶ ପୂର୍ବରୁ ନିୟମ ଅନୁଯାୟୀ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଓ ଆବଶ୍ୟକ ମେଡିକାଲ ସ୍କ୍ରିନିଂ କରାଯାଇଥିଲା। ଏହି ସ୍କ୍ରିନିଂ ସମୟରେ ସମ୍ପୃକ୍ତ କଏଦୀଙ୍କ HIV ପରୀକ୍ଷା ପଜିଟିଭ୍ ଆସିଥିବା ସୂଚନା ମିଳିଛି। ଏହା ପୂର୍ବରୁ ଝାରପଡ଼ା ଜେଲରେ ୮ ଜଣ କଏଦୀ HIV ପଜିଟିଭ୍ ଥିବା ଜଣାପଡ଼ିଥିବା ବେଳେ, ନୂଆ ମାମଲା ଚିହ୍ନଟ ହେବା ପରେ ଏବେ ଏହି ସଂଖ୍ୟା ୯କୁ ବୃଦ୍ଧି ପାଇଛି।
ଜେଲ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, HIV ପଜିଟିଭ୍ ଚିହ୍ନଟ ହୋଇଥିବା କଏଦୀଙ୍କୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶାବଳୀ ଅନୁସାରେ ଆବଶ୍ୟକ ଚିକିତ୍ସା, କାଉନସେଲିଂ ଓ ନିୟମିତ ସ୍ୱାସ୍ଥ୍ୟ ନିରୀକ୍ଷଣ ସୁବିଧା ଯୋଗାଇ ଦିଆଯାଉଛି। ଏହା ସହ ଜେଲ ପରିସରରେ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା, ସଚେତନତା କାର୍ଯ୍ୟକ୍ରମ ଓ ପ୍ରତିରୋଧମୂଳକ ବ୍ୟବସ୍ଥା ଜାରି ରହିଥିବା ଜେଲ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।













Leave a Reply