ଓଡିଶାରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ।

ଅକ୍ଷର ବ୍ୟୁରୋ: ଓଡିଶାରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ନିର୍ବାଚନ ଫଳାଫଳ ପୂର୍ବରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିବା ହିମନ୍ତ ବିମାନବନ୍ଦରରୁ ସିଧା ପୁରୀ ଅଭିମୁଖେ ବାହାରିଛନ୍ତି । ସେଠାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ଏବଂ ଆଶୀର୍ବାଦ ଭିକ୍ଷା କରିବେ । ନିର୍ବାଚନ ଫଳାଫଳ ଆସିବାକୁ ବାକି ଥିବା ବେଳେ ହିମନ୍ତଙ୍କ ଏହି ପୁରୀ ଗସ୍ତ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି । ଦର୍ଶନ ସାରି ପୁଣି ଭୁବନେଶ୍ୱର ଫେରି ସ୍ୱତନ୍ତ୍ର ବିମାନ ଯୋଗେ ଆସାମ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial