ଅକ୍ଷର ବ୍ୟୁରୋ: ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଚଢାଉ । କଳାହାଣ୍ଡି ଜିଲ୍ଲା ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଭୁବନେଶ୍ୱର ଶବରଙ୍କ ଘରେ ଆଜି ସକାଳୁ ଭିଜିଲାନ୍ସର ଚଢାଉ । ଏକକାଳୀନ କଳାହାଣ୍ଡିର ୬ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ ଟିମ୍ । ଆଜି ସକାଳୁ ଭବାନୀପାଟଣାର ଆର୍ ଆଣ୍ଡ ବି ଡିଭିଜନର AEE ଅର୍ଥାତ୍ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭୁବନେଶ୍ୱର ଶବରଙ୍କ ଘରେ ଅଧିକ ଆୟ ବର୍ହିଭୂତ ସମ୍ପତ୍ତି ଅଭିଯୋଗରେ ଚଢାଉ ହୋଇଛି । ଭବାନୀପାଟଣାର ଗୋସାଣିମୁଣ୍ଡାରେ ଥିବା ଦୁଇ ମହଲା ବିଶିଷ୍ଟ କୋଠା, କିଟପଦରରେ ତାଙ୍କର ଫାର୍ମ ହାଉସ, ଦୁଆରସୁନିରେ ଥିବା ନିର୍ମାଣାଧୀନ କୋଠା, କାର୍ଯ୍ୟାଳୟ, ସରକାରୀ ଆବାସିକ ବାସସ୍ଥାନ ଓ କୋକସରା, କୁସୁମଖୁଣ୍ଟିର ନିଜ ଗ୍ରାମରେ ଥିବା ଦୁଇ ମହଲା ବିଶିଷ୍ଟ କୋଠାରେ ଚଢାଉ ଜାରି ରହିଛି । ଚଢାଉ ସମୟରେ ୬ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ଉପସ୍ଥିତ ରହିଛନ୍ତି ।
ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ; ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଚଢାଉ ।












Leave a Reply