ସିସିଟିଭିରେ ଲାଲ ରଙ୍ଗ ସ୍ପ୍ରେ ମାରି ATMରୁ ଲୁଟ୍; ପୁଲିସ ଓ ସାଇଣ୍ଟିଫିକ ଟିମ୍ ର ତଦନ୍ତ ଆରମ୍ଭ ।

ଅକ୍ଷର ବ୍ୟୁରୋ: ବୁଧବାର ବିଳମ୍ବିତ ରାତିରେ ମୟୂରଭଞ୍ଜର ଖୁଣ୍ଟା ଥାନା ବଙ୍ଗଳା ଛକରେ ଥିବା ଏସବିଆଇ ATMରୁ ଲୁଟ୍ ହୋଇଛି । ଏଟିଏମ୍ କ୍ୟାସ ଟ୍ରେରୁ ସମସ୍ତ ଟଙ୍କା ଲୁଟ କରି ଚମ୍ପଟ ମାରିଥିଲେ । ଦୁର୍ବୃତ୍ତମାନେ ଏଟିଏମ୍ ବାହାରେ ଥିବା ସିସିଟିଭିରେ ଲାଲ ରଙ୍ଗ ସ୍ପ୍ରେ ମାରିବା ପରେ ଏଟିଏମ ଭିତରେ ପଶି ସମସ୍ତ କ୍ୟାମେରାରେ ରଙ୍ଗ ସ୍ପ୍ରେ ମାରିଥିଲେ । ଏହା ପରେ ଗ୍ୟାସ୍ କଟରରେ ଏଟିଏମକୁ କାଟିଥିଲେ । ଏପରିକି ଲୁଟ୍ ପରେ ସାଇରନ ବାଜିବା ଡରରେ ସାଇରନକୁ ମଧ୍ୟ ପିଟି ଭାଙ୍ଗି ଦେଇଥିଲେ । ଗୁରୁବାର ସକାଳେ ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଘଟଣାସ୍ଥଳରେ ଖୁଣ୍ଟା ପୁଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ କେତେ ଟଙ୍କା ଲୁଟ ହୋଇଛି ତାହା ଜଣାପଡ଼ିନାହିଁ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)