ବଲାଙ୍ଗିର ଟେଣ୍ଡର ଫିକ୍ସିଂ ଘଟଣା; ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଆରମ୍ଭ ହେଲା ତଦନ୍ତ ପ୍ରକ୍ରିୟା ।

ଅକ୍ଷର ବ୍ୟୁରୋ: ବଲାଙ୍ଗିର ଆର.ଡି ବିଭାଗରେ ଟେଣ୍ଡର ଫିକ୍ସିଂ ଘଟଣାରେ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ବଢିଲା ଚିନ୍ତା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଆରମ୍ଭ ହୋଇଛି ତଦନ୍ତ ପ୍ରକ୍ରିୟା । ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଡେପୁଟି କଲେକ୍ଟର ସୌମ୍ୟରଂଜନ ବେହେରା । ସମସ୍ତ କାଗଜପତ୍ର ସହିତ ଆସନ୍ତାକାଲି ଜିଲ୍ଲାପାଳଙ୍କ ଅଫିସରେ ହଜାର ହେବା ପାଇଁ ସିିସିଇ ଶୁକଦେବ ମହାଲିଙ୍କୁ ନୋଟିସ କରିଛନ୍ତି ଉପଜିଲ୍ଲାପାଳ । ବେଆଇନ ଭାବରେ ଟେଣ୍ଡର ଫିକ୍ସିଂ କରାଯାଇ, ଠିକାଦାର ହାଜି ମହମ୍ମଦ ସାକିଲଙ୍କୁ ଟେଣ୍ଡର ପ୍ରକ୍ରିୟାରୁ ବାଦ ଦେଇଥିଲେ ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଶୁକଦେବ । ଯାହାକୁ ନେଇ ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀଙ୍କ ସହିତ ହାଇକୋର୍ଟର ଦ୍ୱାରସ୍ତ ହୋଇଥିଲେ ଠିକାଦାର । ଏବେ ଜିଲ୍ଲା ପ୍ରଶାସନର ତଦନ୍ତ ଆରମ୍ଭ ହୋଉଛି । ସେପଟେ ଟେଣ୍ଡର ଫିକ୍ସିଙ୍ଗ ଅଭିଯୋଗ ହେବା ପରେ ବାହାନା କରି ଛୁଟି ନେଇ ଫେରାର ମାରିଛନ୍ତି ସିସିଇ । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial