ଅକ୍ଷର ବ୍ୟୁରୋ: ବଦଳିଲେ ବାରଙ୍ଗ ଥାନା ଆଇଆଇସି ନିରଞ୍ଜନ ବେହେରା । କଟକ ଡିସିପି ଅଫିସ୍ କୁ ବଦଳି ହେଲେ ବାରଙ୍ଗ ଥାନା ଆଇଆଇସି । ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ନେଇ ଅଭିଯୋଗ ହୋଇଥିଲା । ଏହାପରେ ବଦଳିଛନ୍ତି ବାରଙ୍ଗ ଆଇଆଇସି । ପୁରୀଘାଟ ଥାନା ଆଇଆଇସି ବିଶ୍ୱରଞ୍ଜନ ନାୟକଙ୍କୁ ବାରଙ୍ଗ ଆଇଆଇସି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ୩ ଦିନ କାଳ ଥାନାରେ ବେଆଇନ ଭାବେ ଅଟକ ରଖିବା ସହ ମାଡ଼ମାରି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଥିଲା । ଘର ଲୋକଙ୍କୁ ନ ଜଣାଇ ଦୋଷ ଘୋଡ଼ାଇବା ପାଇଁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲା ପୋଲିସ । ପୋଲିସର ଏଭଳି କାର୍ଯ୍ୟ ପାଇଁ ଦେଖାଦେଇଥିଲା ଜନ ଅସନ୍ତୋଷ । ନ୍ୟାୟ ଦାବି କରି ଥାନା ଘେରାଉ କରିଥିଲେ ସ୍ଥାନୀୟ ଲୋକେ । ଜାତୀୟ ରାଜପଥ ରୋକ କରିବା ସହ ହରତାଳ କରିଥିଲେ ଗ୍ରାମବାସୀ ।
ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଘଟଣାରେ ବଦଳିଲେ ବାରଙ୍ଗ ଥାନା ଆଇଆଇସି ।












Leave a Reply