ବିଧାନସଭାର ଶ୍ରେଷ୍ଠ ବିଧାୟକ ସମ୍ମାନ; ଏଥିପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି ।

ଅକ୍ଷର ବ୍ୟୁରୋ: ବିଧାନସଭାର ଶ୍ରେଷ୍ଠ ବିଧାୟକଙ୍କ ଚୟନ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ । ଓଡ଼ିଶା ବିଧାନସଭା ସଚିବାଳୟ ପକ୍ଷରୁ ଏହି ବିଜ୍ଞପ୍ତି ଜାରି । ବିଜ୍ଞପ୍ତି ଅନୁସାରେ, ଓଡ଼ିଶା ବେଷ୍ଟ ଲେଜିସ୍ଲେଟର ଆୱାର୍ଡ ରୁଲ୍ସ-୨୦୦୨ ଅନୁଯାୟୀ ଏହି କମିଟି ଗଠନ ହୋଇଛି । ଏହି କମିଟି ବିଧାନସଭାର ଶ୍ରେଷ୍ଠ ବିଧାୟକ ପୁରସ୍କାର ପାଇଁ ମନୋନୀତ କରିବ । ବିଧାନସଭା ଅଧ୍ୟକ୍ଷା ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ଉପାଧ୍ୟକ୍ଷ ଭବାନୀ ଶଙ୍କର ଭୋଇ, ବିଧାୟକ ଜୟନାରାୟଣ ମିଶ୍ର, ଭାସ୍କର ମଢେଇ, ପୂର୍ବତନ ବିଧାୟକ ଅରବିନ୍ଦ ଢାଲି, ଅମର ପ୍ରସାଦ ଶତପଥୀ ଏବଂ ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀଙ୍କୁ ସଦସ୍ୟ ଭାବେ ସାମିଲ କରାଯାଇଛି । କମିଟି ଓଡ଼ିଶା ବିଧାନସଭାର ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା ଦେଖାଇଥିବା ବିଧାୟକମାନଙ୍କୁ ଚୟନ କରି ‘ବେଷ୍ଟ ଲେଜିସ୍ଲେଟର ଆୱାର୍ଡ’ ପାଇଁ ସୁପାରିଶ କରିବ । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)