ଚାନ୍ଦବାଲି ଅଫିସ୍ ରେ ଟଳିପଡ଼ିଲେ ଭଦ୍ରକ DFO; ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ।

ଅକ୍ଷର ବ୍ୟୁରୋ: ଅଫିସ୍ ରେ ଟଳିପଡ଼ିଲେ DFO । ଚାନ୍ଦବାଲି ଅଫିସ୍ ରେ ଟଳିପଡ଼ିଲେ ଭଦ୍ରକ DFO ସୌଭାଗ୍ୟ କୁମାର ସାହୁ । କାର୍ଯ୍ୟରତ ଥିବା ବେଳେ ହଠାତ୍ ଟଳିପଡ଼ିଲେ DFO । ସଙ୍ଗେ ସଙ୍ଗେ କର୍ମଚାରୀମାନେ ତାଙ୍କୁ ଚାନ୍ଦବାଲି ମେଡିକାଲରେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ହୃଦଘାତରୁ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ପୋଷ୍ଟମର୍ଟମ ରିପୋର୍ଟରୁ ସ୍ପଷ୍ଟ ହେବ ମୃତ୍ୟୁର କାରଣ । ମୃତ ଡିଏଫଓଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବରୁଣାଡିହା ଗାଁରେ । ତାଙ୍କର ଚାକିରି କାଳ ଆଉ ୧୧ ମାସ ଥିଲା । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)