ଅକ୍ଷର ବ୍ୟୁରୋ: ରାଜ୍ୟର ସାଧାରଣ ବଣ୍ଟନ ବ୍ୟବସ୍ଥା (PDS)କୁ ଆହୁରି ସୁଦୃଢ଼, ସ୍ୱଚ୍ଛ ଓ ଖାଉଟିବନ୍ଧବ କରିବା ଦିଗରେ ରାଜ୍ୟ କ୍ୟାବିନେଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ବିଭାଗ ପକ୍ଷରୁ ଆସିଥିବା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି, ଯାହା ଫଳରେ ବେସରକାରୀ ଡିଲରଙ୍କ ସ୍ଥାନରେ ଆନୁଷ୍ଠାନିକ ଡିଲର ନିଯୁକ୍ତି ପ୍ରକ୍ରିୟାର ସମୟସୀମାକୁ ୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୮ଟି ବିଭାଗର ମୋଟ ୧୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା କରାଯାଇ ଅନୁମୋଦନ ଦିଆଯାଇଛି। ଉଚ୍ଚଶିକ୍ଷା, ମତ୍ସ୍ୟ ଓ ପ୍ରାଣୀସମ୍ପଦ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ନିର୍ମାଣ, ଜଳସମ୍ପଦ, ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସମ୍ପର୍କିତ ଏହି ପ୍ରସ୍ତାବଗୁଡ଼ିକ ରାଜ୍ୟର ବିକାଶ ଓ ଜନକଲ୍ୟାଣକୁ ଆହୁରି ଗତିଶୀଳ କରିବ।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରସ୍ତାବ ଅନୁଯାୟୀ, ରାଜ୍ୟରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ କୌଣସି ବାଧା ସୃଷ୍ଟି ନହେବା ଏବଂ ରାସନ ସେବା ନିରବଚ୍ଛିନ୍ନ ଭାବେ ଜାରି ରଖିବା ପାଇଁ ବେସରକାରୀ ଡିଲରଙ୍କ ସ୍ଥାନରେ ଆନୁଷ୍ଠାନିକ ଡିଲର ନିଯୁକ୍ତି ପ୍ରକ୍ରିୟାର ଅବଧି ବଢ଼ାଯାଇଛି। ଏହି ବୃଦ୍ଧି ୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ପଦକ୍ଷେପ ଦ୍ୱାରା ରାଜ୍ୟର ଲକ୍ଷ ଲକ୍ଷ ରାସନ କାର୍ଡଧାରୀ ଖାଉଟିମାନେ ବିନା ବାଧାରେ ଖାଦ୍ୟଶସ୍ୟ ପାଇପାରିବେ। ସେହିସହ ପିଡିଏସ୍ ବ୍ୟବସ୍ଥାରେ ସ୍ୱଚ୍ଛତା, ସୁପରିଚାଳନା, ଜବାବଦେହିତା ଏବଂ ଖାଉଟିଙ୍କ ହିତ ସୁନିଶ୍ଚିତ ହେବ।
ବୈଠକରେ ମୋଟ ୮ଟି ବିଭାଗର ୧୨ଟି ପ୍ରସ୍ତାବ କ୍ୟାବିନେଟ ମଞ୍ଜୁର କରିଛି। ଏଥିରେ ଉଚ୍ଚଶିକ୍ଷା, ମତ୍ସ୍ୟ ଓ ପ୍ରାଣୀସମ୍ପଦ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ନିର୍ମାଣ, ଜଳସମ୍ପଦ, ବିଦ୍ୟାଳୟ ଓ ଗଣଶିକ୍ଷା ତଥା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବିଭିନ୍ନ ଜନହିତକର ପ୍ରସ୍ତାବ ସାମିଲ ରହିଛି। ସରକାରଙ୍କ ମତରେ, କ୍ୟାବିନେଟର ଏହି ସମସ୍ତ ନିଷ୍ପତ୍ତି ରାଜ୍ୟର ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ସହ ଜନସାଧାରଣଙ୍କୁ ଉନ୍ନତ ସେବା ଯୋଗାଇବାରେ ସହାୟକ ହେବ। ବିଶେଷକରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଏହି ନିଷ୍ପତ୍ତି ରାଜ୍ୟର ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ ଖାଉଟିବନ୍ଧବ କରିବାରେ ଏକ ମାଇଲଖୁଣ୍ଟ ପଦକ୍ଷେପ ବୋଲି ବିବେଚନା କରାଯାଉଛି।














Leave a Reply