ଅକ୍ଷର ବ୍ୟୁରୋ: ରାଜ୍ୟରେ ପେଟ୍ରୋଲ-ଡିଜେଲ ବ୍ୟବହାର ନେଇ ସରକାରୀ ସ୍ତରରେ ହୋଇପାରେ କିଛି ବଡ଼ ନିଷ୍ପତ୍ତି । ଏନେଇ ସଂକେତ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅନୁଗର୍ଗ । ସେ କହିଛନ୍ତି ସରକାରୀ ସ୍ତରରେ ଅନେକ ପଦକ୍ଷପ ନିଆଯାଉଛି । ମୁଖ୍ୟମନ୍ତ୍ରୀ ନିଜ କନଭୋକୁ ଅଧା କରୁଛନ୍ତି । ଆଗକୁ ସରକାରୀ ଅଧିକାରୀ ଏବଂ କର୍ମଚାରୀଙ୍କ ପାଇଁ କିଛି ନିର୍ଦ୍ଦେଶ ଜାରି ହୋଇପାରେ । ସରକାରୀ ଗାଡ଼ି ପାଇଁ ବି କିଛି କଟକଣା ଆସିପାରେ । ପବ୍ଲିକ ଟ୍ରାନ୍ସପୋର୍ଟ ବାଧ୍ୟତାମୂଳକ ହୋଇପାରେ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଦେଖାଦେଇଛି ତେଲ ସଙ୍କଟ । କୋଉଠି ପେଟ୍ରୋଲ ପମ୍ପ ବନ୍ଦ ତ କେଉଁଠି ତେଲ ପାଇଁ ଲାଗିଛି ଲମ୍ବା ଲାଇନ୍ । ସୋର, ତେଲକୋଇ, ଭଦ୍ରକ, ଭଞ୍ଜନଗର, ବଲାଙ୍ଗୀର, ଯାଜପୁରରେ ବିଭିନ୍ନ ପେଟ୍ରୋଲ ପମ୍ପରେ ତେଲ ସଙ୍କଟ ଦେଖିବାକୁ ମିଳିଛି । ବାଲେଶ୍ୱର ଜିଲ୍ଲାର ବିଭିନ୍ନ ପେଟ୍ରୋଲ ପମ୍ପରେ ଆବଶ୍ୟକ ଠାରୁ କମ୍ ମାତ୍ରାରେ ଗ୍ରାହକଙ୍କୁ ତେଲ ଦିଆଯାଉଛି । ଯାହାଫଳରେ ଗ୍ରାହକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି କେନ୍ଦୁଝର ଜିଲ୍ଲା ତେଲକୋଇରେ ପେଟ୍ରୋଲ ପାଇଁ ଲୋକଙ୍କୁ ୨୦ରୁ ୩୦ କିମି ଯିବାକୁ ପଡୁଛି । ଭଦ୍ରକ, ଭଞ୍ଜନଗର, ବଲାଙ୍ଗୀର, ଯାଜପୁରରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି ।













Leave a Reply