କ୍ରସ୍‌ ଭୋଟିଂ ମାମଲାରେ ବିଜେଡିକୁ ଝଟକା; ୮ ବିଧାୟକଙ୍କ ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି

ଅକ୍ଷର ବ୍ୟୁରୋ: ରାଜ୍ୟସଭା ନିର୍ବାଚନରେ କ୍ରସ୍‌ ଭୋଟିଂ ଅଭିଯୋଗକୁ ନେଇ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଦାଖଲ କରାଯାଇଥିବା ଅଯୋଗ୍ୟତା ଆବେଦନକୁ ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ଖାରଜ କରିଛନ୍ତି। ଏହି ନିଷ୍ପତ୍ତି ସହ ୮ ଜଣ ବିଧାୟକଙ୍କ ବିରୋଧରେ ଆସିଥିବା ଅଯୋଗ୍ୟତା ମାମଲାରେ ଅସ୍ଥାୟୀ ଭାବେ ପ୍ରସଙ୍ଗର ସମାପ୍ତି ହୋଇଛି।

ସୂଚନା ଅନୁଯାୟୀ, ଚଳିତ ବର୍ଷ ମାର୍ଚ୍ଚ ମାସରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନ ସମୟରେ କିଛି ବିଧାୟକ କ୍ରସ୍‌ ଭୋଟିଂ କରିଥିବା ଅଭିଯୋଗ ଉଠିଥିଲା। ଏହି ଅଭିଯୋଗ ଆଧାରରେ ବିଜେଡି ପକ୍ଷରୁ ମୋଟ ୮ ଜଣ ବିଧାୟକଙ୍କ ବିରୋଧରେ ଅଯୋଗ୍ୟତା ଆବେଦନ ଦାଖଲ କରାଯାଇଥିଲା। ଏହି ତାଲିକାରେ ସୁବାସିନୀ ଜେନା, ସୌଭିକ ବିଶ୍ବାଳ, ଚକ୍ରମଣି କହଁର, ସନାତନ ମହାକୁଡ଼, ନବ କିଶୋର ମଲ୍ଲିକ, ଅରବିନ୍ଦ ମହାପାତ୍ର, ରମାକାନ୍ତ ଭୋଇ ଓ ଦେବୀରଞ୍ଜନ ତ୍ରିପାଠୀଙ୍କ ନାମ ସାମିଲ ଥିଲା।

ତେବେ ସମସ୍ତ ଦଲିଲ, ଯୁକ୍ତି ଓ ଆଇନଗତ ପ୍ରକ୍ରିୟା ପରୀକ୍ଷା କରିବା ପରେ ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ଏହି ଅଯୋଗ୍ୟତା ଆବେଦନକୁ ଖାରଜ କରିଛନ୍ତି। ଏହି ନିଷ୍ପତ୍ତି ରାଜନୈତିକ ମହଲରେ ପୁନର୍ବାର ଚର୍ଚ୍ଚା ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)