ଟଙ୍କପାଣି ବ୍ରିଜ୍ ନିକଟରେ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଟଙ୍କପାଣି ବ୍ରିଜ୍ ନିକଟରେ ଯୁବକ ନିଖୋଜ ଘଟଣାରେ ଦୁଃଖଦ ଅନ୍ତ। ପ୍ରାୟ ୧୩ ଘଣ୍ଟା ଧରି ଚାଲିଥିବା ସର୍ଚ୍ଚ ଅପରେସନ୍ ପରେ ଭବାନୀ ଶଙ୍କର ଖଟେଇଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଭବାନୀ ଶଙ୍କର ଓଲ୍ଡ ଟାଉନ୍ ଅଞ୍ଚଳର ବୋଲି ଜଣାପଡ଼ିଛି। ସେ ଫ୍ଲିପକାର୍ଟରେ ଡେଲିଭରି ବୟ ଭାବେ କାମ କରୁଥିଲେ।

ସୂଚନା ଅନୁସାରେ, ଗତକାଲି ପରିବାର ସହ ଭବାନୀଙ୍କର ଝଗଡ଼ା ହୋଇଥିଲା। ଏହାପରେ ସେ ଘରୁ ବାହାରି ଯାଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ସାଙ୍ଗମାନେ ବାଙ୍କୁଆଳ ବ୍ରିଜ୍ ନିକଟରେ ଭବାନୀଙ୍କୁ ଦେଖିଥିବା ଜଣାପଡ଼ିଛି। ଏନେଇ ଖବର ପାଇବା ପରେ ବାଲିଅନ୍ତା ଓ ଭୁବନେଶ୍ୱର ଅଗ୍ନିଶମ ବାହିନୀର ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ଆରମ୍ଭ ହୋଇଥିଲା ଖୋଜାଖୋଜି। ଦୀର୍ଘ ସମୟ ଧରି ସର୍ଚ୍ଚ ଅପରେସନ୍ ଚାଲିଥିଲେ ମଧ୍ୟ ଭବାନୀଙ୍କ ସନ୍ଧାନ ମିଳିନଥିଲା। ଆଜି ସକାଳୁ ପୁଣିଥରେ ଅଗ୍ନିଶମ ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରହିଥିଲା। ଶେଷରେ ପ୍ରାୟ ୧୩ ଘଣ୍ଟା ପରେ ଭବାନୀ ଶଙ୍କରଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣାକୁ ନେଇ ପୁଲିସ୍ ପକ୍ଷରୁ ତଦନ୍ତ ଜାରି ରହିଛି। ଭବାନୀଙ୍କ ମୃତ୍ୟୁ ପଛରେ କେଉଁ ପରିସ୍ଥିତି ରହିଥିଲା, ସେନେଇ ପୁଲିସ୍ ତଦନ୍ତ ପରେ ଅଧିକ ତଥ୍ୟ ସ୍ପଷ୍ଟ ହେବ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial