ଶିଶୁ ମୃତ୍ୟୁକୁ ନେଇ ରାସ୍ତାରୋକ, କୋଳରେ ମଲା ପିଲା ଧରି କାନ୍ଦୁଛି ବାପା!

ଭଦ୍ରକ: ଅଲଟ୍ରା ସାଉଣ୍ଡର ତ୍ରୁଟି ପୂର୍ଣ୍ଣ ରିପୋର୍ଟ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ। ମୃତ ଶିଶୁକୁ ଧରି ବାପର ରାସ୍ତାରୋକ। ଭଦ୍ରକ ସହର ସ୍ଥିତ ବାଇପାସ ଓମ ଶାନ୍ତି ଅଲଟ୍ରା ସାଉଣ୍ଡ କ୍ଲିନିକ ସମ୍ମୁଖରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଅଲଟ୍ରା ସାଉଣ୍ଡ କ୍ଲିନିକ ଆଗରେ ମୃତ ଶିଶୁକୁ ଧରି ଧାରଣା ଦେଇଛନ୍ତି ପରିବାର ଲୋକେ।

ଘଟଣା ସ୍ଥଳରେ ଉତ୍ତେଜନା ପରେ ଭଦ୍ରକ ଟାଉନ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ ଭଦ୍ରକ ତିହିଡି଼ ଥାନା ଅଧିନସ୍ଥ ଦୋଳସାହି ରାଢ଼ଙ୍ଗ ଅଞ୍ଚଳର ପ୍ରଫୁଲ୍ଲ ଗିରିଙ୍କ ସ୍ତ୍ରୀ ଡେଲିଭରି ପାଇଁ ଓମ ଶାନ୍ତି ଅଲଟ୍ରାସାଉଣ୍ଡକୁ ଗତ ୨୫ ତାରିଖରେ ଯାଇଥିଲେ। ତେବେ ସେମାନେ ଦେଇଥିବା ରିପୋର୍ଟରେ ଅଲଟ୍ରାସାଉଣ୍ଡ ଡାକ୍ତର ପିଲାଟି ଭଲ ଅଛି ବୋଲି କହିବା ସହିତ ରିପୋର୍ଟରେ ଲେଖିଥିଲେ ବୋଲି କହିଛନ୍ତି ପ୍ରଫୁଲ୍ଲ।

ତେବେ ପରଦିନ ତାଙ୍କ ସ୍ତ୍ରୀଙ୍କୁ ଅଧିକ ଯନ୍ତ୍ରଣା ହେବାରୁ ଡାକ୍ତର ଙ୍କୁ ଦେଖାଇଥିଲେ, ଡାକ୍ତର ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନେଇଯିବା ପାଇଁ କହିଥିଲେ। ପ୍ରଫୁଲ୍ଲ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ତ୍ରୀଙ୍କୁ ଭର୍ତ୍ତି କରିଥିଲେ। ତେବେ ସେଠାରେ ମଲା ପିଲା ଜନ୍ମ ହୋଇଥିଲା। ଡାକ୍ତର ତାଙ୍କୁ ପିଲାଟି ପୂର୍ବରୁ ମୃତ୍ୟୁ ହୋଇଥିବା କଥା କହିଥିଲେ। ତେବେ ଯଦି ପିଲାଟି ମାଆ ପେଟିର ମାରିଛନ୍ତି ତେବେ ଅଲଟ୍ରାସାଉଣ୍ଡ ରିପୋର୍ଟ ରେ ପିଲାଟି କେମିତି ବଂଚିଛି ବୋଲି ଡାକ୍ତର ରିପୋର୍ଟ ଦେଇଥିଲେ ତାକୁ ନେଇ ପରିବାର ଲୋକ ପ୍ରଶ୍ନ କରିଛନ୍ତି।

ଏହି ଅଭିଯୋଗ ସହ ମଲା ପିଲାଟିକୁ ନେଇ ବାଇପାସ ସ୍ଥିତ ଓମ ଶାନ୍ତି ଅଲଟ୍ରାସାଉଣ୍ଡ କ୍ଲିନିକ ସମ୍ମୁଖରେ ଟାୟାର ଜାଳି ରାସ୍ତାରେ ଧାରଣା ରେ ବସିଛନ୍ତି ପ୍ରଫୁଲ୍ଲ ଓ ତାଙ୍କ ପରିବାର ଲୋକ। ଯେ ପର୍ଯ୍ୟନ୍ତ ନ୍ୟାୟ ନମିଳିବ ସେ ପର୍ଯ୍ୟନ୍ତ ଧାରଣା ରେ ବସିବେ ବୋଲି କହିଛନ୍ତି। ତେବେ ପୂର୍ବରୁ ଏହି ଭଳି ଭୁଲ ରିପୋର୍ଟ ଏହି କ୍ଲିନିକ ଦେଉଛି ବୋଲି ସ୍ଥାନୀୟ ବାସିନ୍ଦା ମାନେ ଅଭିଯୋଗ କରିଛନ୍ତି। ତେବେ ଘଟଣା ସ୍ଥଳରେ ଟାଉନ ପୋଲିସ ପହଞ୍ଚି ଘଟଣା ର ତଦନ୍ତ ଆରମ୍ଭ କରିଛି। ତେବେ ଦେଖାଯାଉ ସତ କଣ ମିଛ କଣ ଜଣା ପଡୁଛି କି ନାହିଁ?

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)