ଅକ୍ଷର ବ୍ୟୁରୋ: ପାରିବାରିକ ବିବାଦ ପୁଣି ଏକ ରକ୍ତାକ୍ତ ହତ୍ୟାକାଣ୍ଡରେ ପରିଣତ ହୋଇଛି। ସାମାନ୍ୟ ନଡ଼ିଆ ତୋଳାକୁ କେନ୍ଦ୍ର କରି ଦୁଇ ଭାଇଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଝଗଡ଼ା ଶେଷରେ ଜଣେ ସାନଭାଇଙ୍କ ଜୀବନ ନେଇ ଯାଇଛି। ଏହି ଘଟଣାରେ ତାଙ୍କ ସ୍ତ୍ରୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁସାରେ, ଘର ପରିସରରେ ନଡ଼ିଆ ତୋଳାକୁ ନେଇ ପ୍ରଥମେ ଦୁଇ ଭାଇଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ପରବର୍ତ୍ତୀ ସମୟରେ ବିବାଦ ଧୀରେଧୀରେ ଉଗ୍ର ରୂପ ନେଇଥିଲା। ବଡ଼ଭାଇଙ୍କ ପ୍ରରୋଚନାରେ କିଛି ଦୁର୍ବୃତ୍ତ କଟୁରୀ ଧରି ସାନଭାଇ ଓ ତାଙ୍କ ସ୍ତ୍ରୀଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ରକ୍ତାକ୍ତ ଅବସ୍ଥାରେ ପରିବାର ଲୋକେ ଉଭୟଙ୍କୁ ତୁରନ୍ତ ଡାକ୍ତରଖାନାକୁ ନେଇଥିଲେ। ମାତ୍ର ଗୁରୁତର ଆହତ ସାନଭାଇ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ସ୍ତ୍ରୀଙ୍କ ଚିକିତ୍ସା ଏବେ ମଧ୍ୟ ଚାଲିଛି ଏବଂ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।
ଘଟଣା ସମ୍ପର୍କରେ ସୂଚନା ପାଇ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତମାନଙ୍କ ଚିହ୍ନଟ କରାଯାଇ ଆଇନ ଅନୁଯାୟୀ କଠୋର ପଦକ୍ଷେପ ନେବା ପାଇଁ ପ୍ରକ୍ରିୟା ଚାଲିଛି। ପାରିବାରିକ ବିବାଦରୁ ଘଟିଥିବା ଏହି ଭୟଙ୍କର ହିଂସାକାଣ୍ଡ ସମଗ୍ର ଅଞ୍ଚଳକୁ ଚାଞ୍ଚଲ୍ୟରେ ଭରିଦେଇଛି।












Leave a Reply