ପ୍ରଶାସନ ତରଫରୁ ବଡ଼ ଆକ୍ସନ; ଆଜି କାର୍ଗିଲ ବସ୍ତିରେ ବୁଲିଲା ବୁଲ୍‌ଡୋଜର୍, ୨୦ରୁ ଅଧିକ ଘର ଏବଂ ଦୋକାନ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ।

ଅକ୍ଷର ବ୍ୟୁରୋ: ରାଜଧାନୀରେ ପୁଣି ବୁଲିଲା ବୁଲ୍‌ଡୋଜର୍ । ମାଟିରେ ମିଶିଲା କାର୍ଗିଲ ବସ୍ତିର ଅବୈଧ ନିର୍ମାଣ । ପଳାସପଲ୍ଲୀରୁ ପୋଖରୀପୁଟ ସଂଯୋଗ କରୁଥିବା ୭୦ ଫୁଟିଆ ୪-ଲେନ୍ ରାସ୍ତା ନିର୍ମାଣ ପାଇଁ ଆଜି ପ୍ରଶାସନ ତରଫରୁ ନିଆଯାଇଛି ଏକ ବଡ଼ ଆକ୍ସନ । ଦୀର୍ଘ ଦିନ ଧରି ସରକାରୀ ଜମିକୁ ଜବରଦଖଲ କରି ଗଢ଼ି ଉଠିଥିବା ପ୍ରାୟ ୨୦ରୁ ଅଧିକ ଘର ଏବଂ ଦୋକାନ ବଜାରକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରାଯାଇଛି । ସେଣ୍ଟ୍ରାଲ ଏନଫୋର୍ସମେଣ୍ଟ ମନିଟରିଙ୍ଗ କମିଟିର ଏହି ମେଗା ଡ୍ରାଇଭ୍ ସମୟରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ବ୍ୟାପକ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଥିଲା । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)