ଅକ୍ଷର ବ୍ୟୁରୋ: ରାଜ୍ୟରେ ପୁଣି ବଢ଼ିଲା ବସ୍ ଭଡ଼ା |ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ଦାବିକୁ ମାନି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । କିଲୋମିଟର ପ୍ରତି ବସ୍ ଭଡ଼ା ୪ ପଇସା ବୃଦ୍ଧି କରାଯାଇଛି । ଏନେଇ କିଛିଦିନ ହେବ ରାଜ୍ୟର ଘରୋଇ ବସ୍ ମାଲିକ ସଂଘ ଦାବି କରିବା ସହ ଭଡ଼ା ବୃଦ୍ଧି ନହେଲେ ବସ୍ ଚଳାଚଳ ବନ୍ଦ କରିବାକୁ ଚେତବାନୀ ଦେଇଥିଲେ । ଏହାସହ ସେମାନେ ପରିବହନମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଥିଲା ବେଳେ ବର୍ଦ୍ଧିତ ବସ୍ ଭଡ଼ା ଆସନ୍ତା କାଲି ଠାରୁ ଲାଗୁ ହେବ ନେଇ ସୂଚନା ମିଳିଛି । ଏଥିରେ ସାଧାରଣ ବସ୍ ଭଡ଼ା କିଲୋମିଟର ପ୍ରତି ୨ ପଇସା ବୃଦ୍ଧି କରାଯାଇଥିବା ବେଳେ ଏକ୍ସପ୍ରେସ୍ ବସ୍ ଭଡ଼ା ବି ସମାନ ପରିମାଣର ବୃଦ୍ଧି ପାଇଛି । ଡିଲକ୍ସ ଓ ଏସି ଡିଲକ୍ସ ବସ୍ ଭଡ଼ା କିଲୋମିଟର ପ୍ରତି ୪ ପଇସା ବୃଦ୍ଧି କରାଯାଇଛି । ସୁପର ଡିଲକ୍ସ ବସ୍ ଭଡ଼ା ୬ ପଇସା ବୃଦ୍ଧି ପାଇଛି ।
ରାଜ୍ୟରେ ପୁଣି ବଢ଼ିଲା ବସ୍ ଭଡ଼ା; କିଲୋମିଟର ପ୍ରତି ବସ୍ ଭଡ଼ା ୪ ପଇସା ବୃଦ୍ଧି














Leave a Reply