ଟ୍ରକ୍କୁ ପଛପଟୁ ଧକ୍କା ଦେଲା ବସ୍ । ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଭୁବନେଶ୍ୱରରୁ କୋଲକତା ଅଭିମୁଖେ ଯାଉଥିବା ବେଳେ ଏନ୍ଏଚ୍-୬୦ ବସ୍ତା ଥାନା ଜୁଣବଳଦା ନିକଟରେ ଏପରି ଦୁର୍ଘଟଣା ଘଟିଛି । ସମସ୍ତ ଆହତ ବାଲେଶ୍ୱର ମେଡିକାଲ୍ରେ ଚିକିତ୍ସିତ ହେଉଛନ୍ତି । ସୂଚନା ଅନୁସାରେ ୬୦ ନମ୍ବର ଜାତୀୟ ରାଜପଥ ବସ୍ତା ଥାନା ଜୁଣବଳଦା ନିକଟରେ ବିଳମ୍ବିତ ରାତ୍ରିରେ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା ଯାତ୍ରୀବାହୀ ବସ୍ । ଏଥିରେ ୩୦ ଜଣ ଯାତ୍ରୀ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ୫୦ରୁ ଅଧିକ ଯାତ୍ରୀ ନେଇ ଭୁବନେଶ୍ୱରରୁ କଲିକତା ଅଭିମୁଖେ ଯାଉଥିଲା ଦାସ ଏଣ୍ଡ ଦାସ ନାମକ ଘରୋଇ ଯାତ୍ରୀବାହୀ ବସ୍ । ଜୁଣବଳଦା ନିକଟରେ ଛିଡ଼ା ହୋଇଥିବା କୋଇଲା ବୋଝେଇ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ବସର ଆଗ ପଟ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି ।
ଟ୍ରକ୍କୁ ପଛପଟୁ ଧକ୍କା ଦେଲା ଏକ ଯାତ୍ରୀବାହୀ ବସ୍; ୩୦ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ।












Leave a Reply