୫୦ଲକ୍ଷର ବୀମା ଟଙ୍କା ହଡପ କରିବା ପାଇଁ ଅଭିଯୁକ୍ତ କନେଷ୍ଟବଳ ଶୁଭମିତ୍ରାଙ୍କୁ ହତ୍ୟା କରାଯାଇଥିବା ସୂଚନା ।

ମହିଳା ଟ୍ରାଫିକ୍ କନ୍‌ଷ୍ଟେବଳ ହତ୍ୟା ମାମଲାରେ ମାଟି ତଳୁ ବାହାରିଲା ଶବ । ଜେସିବିରେ ଖୋଳାଯିବା ପରେ ସିମେଣ୍ଟ ଅଖାରେ ବନ୍ଧା ଅବସ୍ଥାରେ ବାହାର କରାଗଲା ମୃତଦେହ । ଶୁଭମିତ୍ରାଙ୍କ ମୃତଦେହ ପୋତାଯାଇଥିବା ସ୍ଥାନକୁ ଅଭିଯୁକ୍ତ ଦୀପକ ରାଉତକୁ ନେଇଥିଲା  ପୋଲିସ । ସେଠାରେ ମାଟି ଖୋଳି ମୃତ ଶୁଭ୍ରମିତାଙ୍କ ମୃତଦେହ ବାହାର କରାଯାଇଛି । ଗିରଫ ଅଭିଯୁକ୍ତ ଦୀପକ ରାଉତକୁ ଭୁବନେଶ୍ବରରୁ କେନ୍ଦୁଝର ନିଆଯାଇଛି । ପ୍ରଥମେ ଘଟଗାଁ ଥାନାକୁ ନିଆଯିବା ପରେ କ୍ରାଇମ୍‌ସ୍ପଟ୍‌କୁ ନେଇଥିଲା ପୁଲିସ । ଗତ ୬ ତାରିଖରୁ ମହିଳା କନେଷ୍ଟବଳ ନିଖୋଜ ଥିବା ନେଇ ଅଭିଯୋଗ ହୋଇଥିଲା । ପୁଲିସ ମାମଲାକୁ ଗୁରୁତର ସହ ଗ୍ରହଣ କରି ତଦନ୍ତ ସମୟରେ କଲ୍ ଡିଟେଲ୍ସରୁ ଅଭିଯୁକ୍ତ ପ୍ରେମିକ କନେଷ୍ଟବଳଙ୍କ ବାବଦରେ ଜାଣିବାକୁ ପାଇଥିଲା । ତାଙ୍କୁ ମାରାଥନ ଜେରା କରିବା ପରେ ସେ ପୁଲିସ ଆଗରେ ସବୁ ସତ ମାନିଯାଇଥିବା କୁହାଯାଉଛି । ଶୁଭମିତ୍ରାଙ୍କୁ ହତ୍ୟା କରି କେନ୍ଦୁଝର ଘଟଗାଁରେ ମାଟିତଳେ ପୋତିଦେଇଥିବା ନେଇ ପୁଲିସ ଆଗରେ ସ୍ବୀକାର କରିଛି ଅଭିଯୁକ୍ତ ଦୀପକ ରାଉତ ।

ଭୁବନେଶ୍ବରରେ ଏକ କାର ଭିତରେ ପ୍ରଥମେ ତଣ୍ଟି ଚିପି ହତ୍ୟା କଲା ।  ଆଉ ତା’ ପରେ କାର୍ ଯୋଗେ ମୃତଦେହକୁ କେନ୍ଦୁଝର ନେଇଯାଇଥିଲା । ମୃତଦେହ ପାଇଁ ବ୍ୟବହାର ହୋଇଥିବା କାରକୁ ଜବତ କରିଛି ତଦନ୍ତ ଆରମ୍ଭ କରିଛି କ୍ୟାପିଟାଲ ଥାନା ପୁଲିସ ।  ୫୦ଲକ୍ଷର ବୀମା ଟଙ୍କା ପାଇଁ ଶୁଭମିତ୍ରାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଶୁଭମିତ୍ରାଙ୍କ ନାଁରେ ହୋଇଥିବା ବୀମାର ୫୦ଲକ୍ଷ ଟଙ୍କା ହଡପ କରିବା ପାଇଁ ଏହି ହତ୍ୟା କରାଯାଇଥିବା ସନ୍ଦେହ କରୁଛି କ୍ୟାପିଟାଲ ଥାନା ପୋଲିସ । ଦୀପକକୁ ସହଯୋଗ କରିଥିଲେ ପପୁ ଓ ଜଟିଆ । ଦୀପକର ମାଉସୀ ପୁଅ ଭାଇ ପପୁ ଜଟିଆ ଥିଲା ଅନ୍ୟତମ ସହଯୋଗୀ । ହତ୍ୟାକାଣ୍ଡ ପାଇଁ ୭ଦିନ ପୂର୍ବରୁ ହୋଇଥିଲା ଷଡ଼୍‌ଯନ୍ତ୍ର ଗାତ ଖୋଳି ରଖିଥିଲେ ପପୁ ଓ ଜଟିଆ । ୩ଜଣ ମିଶି ମୃତଦେହକୁ ପୋତିଥିଲେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)