ବିଜେଡି ନେତା ବବି ଦାସଙ୍କ ନାଁରେ ମାମଲା; ବବିଙ୍କ ସହ ବିଧାୟକ ମଧ୍ୟ ଯୁବକକୁ ମାଡ଼ ମାରିଥିବା ନେଇ ଅଭିଯୋଗ ।

ଅକ୍ଷର ବ୍ୟୁରୋ: ବିଜେଡି ନେତା ବବି ଦାସଙ୍କ ନାଁରେ ମାମଲା ରୁଜୁ । ନୂଆପଡ଼ା ଉପନିର୍ବାଚନ ଭୋଟ୍ ପୂର୍ବରୁ ବିଜେଡିକୁ ବଡ ଝଟକା । କୋମନା ଥାନାରେ ଯୁବକଙ୍କ ଲିଖିତ ଅଭିଯୋଗ ଅଧାରରେ ମାମଲା । ବବି ଦାସଙ୍କ ସହ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ । BNS ୧୨୬ (୨), ୨୯୬, ୧୧୫ (୨), ୩୫୧ (୨) ଓ ୩ (୫) ଧାରାରେ ମାମଲା ରୁଜୁ । ବିଜେଡି ନେତା ମନୋଜ ମିଶ୍ରଙ୍କ ଫାର୍ମ ହାଉସରେ ମାଡ଼ ମାରିଥିବାକୁ ନେଇ ଅଭିଯୋଗ । ଯୁବକଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ସହ ମାଡ଼ ମାରିଥିବା ଅଭିଯୋଗ । ବିଜେପିରେ କାହିଁକି ବୁଲୁଛୁ କହି ମାଡ଼ ମାରିଥିବାର ଅଭିଯୋଗ । ଏନେଇ ବବି ଦାସ ଓ ଅଧିରାଜ ପାଣିଗ୍ରାହୀଙ୍କ ପ୍ରତିକ୍ରିୟା ମିଳିନାହିଁ ।

ଅଭିଯୋଗକାରୀ ଜିତୁଙ୍କୁ ଏତଲା ମୁତାବକ, କୋମନା ସ୍ଥିତ ବିଜେଡି ନେତା ମନୋଜ ମିଶ୍ରଙ୍କ ଫାର୍ମ ହାଉସକୁ ଜିତୁଙ୍କୁ ଡାକିଥିଲେ ବିଜେଡି ନେତାମାନେ । ସେଠି ବିଜେଡି ନେତା ବବି ଦାସ ଜିତୁଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ । ଆଗରୁ ବିଜେଡିରେ ବୁଲୁଥିଲୁ ଓ ଏବେ କାହିଁକି ବିଜେପିରେ ବୁଲୁଛୁ ବୋଲି କହି ଜିତୁଙ୍କ ସାର୍ଟ କଲର ଧରି ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏପରିକି ଜିତୁ ଓ ତାଙ୍କ ପରିବାରକୁ ଜୀବନରୁ ମାରିଦେବାକୁ ବିଧାୟକ ଅଧିରାଜ ପାଣିଗ୍ରାହୀ ଏବଂ ବବି ଦାସ ଧମକ ଦେଇଥିବା ଅଭିଯୋଗ ହୋଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)