ଅକ୍ଷର ବ୍ୟୁରୋ: ପ୍ରକାଶ ପାଇଛି CBSE ଦଶମ ପରୀକ୍ଷା ଫଳ । ଗତକାଲି ସଂନ୍ଧ୍ୟାରେ ପରୀକ୍ଷା ଫଳ ପ୍ରକାଶ ପରେ ୱେବସାଇଟ୍ରେ ରେଜଲ୍ଟ ଉପଲବ୍ଧ ହୋଇଥିଲା । CBSE ଦଶମ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ସମସ୍ତ CBSE ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ଚଳିତବର୍ଷ ମୋଟ ପାସ୍ ହାର ରହିଛି ୯୩.୭୦ % । ଗତବର୍ଷ ଥିଲା ୯୩.୬୬% । ଗତବର୍ଷ ତୁଳନାରେ ଚଳିତବର୍ଷ ୦.୦୪ % ପ୍ରତିଶତ ବୃଦ୍ଧି ପାଇଛି । ଏହାସହ ଚଳିତବର୍ଷ ମଧ୍ୟ ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ୍ ହାର ଅଧିକ ରହିଛି । ଚଳିତବର୍ଷ ସାରା ଦେଶରୁ ୨୫ ଲକ୍ଷ ପରୀକ୍ଷାର୍ଥୀ ଦଶମ ବୋର୍ଡ ପରୀକ୍ଷା ଦେଇଛନ୍ତି । ଏଥିମଧ୍ୟରୁ ଓଡ଼ିଶାରୁ ଅଛନ୍ତି ୧ ଲକ୍ଷ ପରୀକ୍ଷାର୍ଥୀ ।
ରେଜଲ୍ଟ ବାହାରିବା ପରେ ସେଲିବ୍ରେସନ ମୁଡରେ ଥିଲେ ଛାତ୍ର ଛାତ୍ରୀ । ସ୍କୁଲ ପିଲାଙ୍କ ସଫଳାତା ନେଇ ଶିକ୍ଷକ, ଅଭିଭାବକ, ଖୁସି ମନାଇବା ସହ ଛାତ୍ରଛାତ୍ରିଙ୍କୁ ମିଠା ଖୁଆଇ ଖୁସି ବାଣ୍ଟିଛନ୍ତି । ନିଜ ସଫଳତା ପାଇଁ ଅଭିଭାବକ, ଶିକ୍ଷକଙ୍କୁ ଶ୍ରେୟ ଦେବା ସହ ପରିଶ୍ରମ ସଫଳତାର ଚାବି କାଠି ବୋଲି ମତ ରଖିଛନ୍ତି । ଚଳିତବର୍ଷ ଦୁଇ ଥର ବୋର୍ଡ ପରୀକ୍ଷା କରିବା ନେଇ CBSE ନିଷ୍ପତି ନେଇଥିବାରୁ ଶୀଘ୍ର ପ୍ରକାଶ ପାଇଛି ରେଜଲ୍ଟ । ମେ’ ୧୫ ରୁ ଦ୍ବିତୀୟ ପର୍ଯ୍ୟାୟ ବୋର୍ଡ ପରୀକ୍ଷା ହେବ । ଯେଉଁମାନେ ଚାହିଁବେ ଦ୍ୱିତୀୟ ବୋର୍ଡ ପରୀକ୍ଷା ଦେଇ ପାରିବେ । ସେପଟେ କୃତକାର୍ଯ୍ୟ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।












Leave a Reply