ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ହାଇୱା

ଅକ୍ଷର ବ୍ୟୁରୋ: କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା କୁରୁମୁଲି ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ହାଇୱା । ଦୁର୍ଘଟଣା ପରେ ହାଇୱା ଭିତରେ ଚାପି ହୋଇଗଲେ ଡ୍ରାଇଭର । ଗୁରୁତର ଡ୍ରାଇଭର ସାରଙ୍ଗଡ଼ ଥାନା ଦଣ୍ଡିମାହାର ବାଞ୍ଛା ପରିଜା ହୋଇଥିବା ଜଣା ପଡିଛି ।

ସୂଚନାନୁଯାୟୀ, ଫୁଲବାଣୀରୁ ସିମେଣ୍ଟ ବୋଝେଇ ହାଇୱା ଟି କ.ନୂଆଗାଁ ଅଭିମୁଖେ ଆସୁଥିବା ବେଳେ କୁରୁମୁଲି ଘାଟି ବୁଲାଣିରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । କ.ନୂଆଗାଁ ପୋଲିସ ଓ ସାରଙ୍ଗଡ଼ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଚାପି ହୋଇ ରହିଥିବା ଡ୍ରାଇଭରଙ୍କୁ ଉଦ୍ଧାର କରାଯାଇ କ.ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ତେବେ ମୁଖ୍ୟ ରାସ୍ତାରେ ହାଇୱା ଦୁର୍ଘଟଣା ପରେ କ.ନୂଆଗାଁ ରୁ ସାରଙ୍ଗଡ଼ -ଫୁଲବାଣୀକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଦୁର୍ଘଟଣା ଗସ୍ତ ହାଇୱା ସହ ମୁଖ୍ୟ ରାସ୍ତାରେ ପଡ଼ିଥିବା ସିମେଣ୍ଟ ହଟେଇବାକୁ ପ୍ରଶାସନ ଓ ପୋଲିସ ଜାରି ରଖିଛନ୍ତି | ରାସ୍ତା ଜାମ ଫଳରେ ଉଭୟ ପାର୍ଶ୍ୱରେ ବହୁ ଗାଡି ମୋଟର ଅଟକି ରହିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)