ଆସନ୍ତାକାଲିଠୁ ଘର ଘର ବୁଲି ହେବ ଜନଗଣନା; ଏପ୍ରିଲ ୧୬ ରୁ ମେ ୧୫ ଯାଏଁ ଚାଲିବ ଏହି ପ୍ରକ୍ରିୟା ।

ଅକ୍ଷର ବ୍ୟୁରୋ: ଆସନ୍ତାକାଲିଠୁ ଆରମ୍ଭ ହେବ ଘର ଘର ବୁଲି ଜନଗଣନା ପ୍ରକ୍ରିୟା । ପ୍ରାୟ ମାସେ ବ୍ୟାପି ଚାଲିବ ଏହି ପ୍ରକ୍ରିୟା । ଏପ୍ରିଲ ୧୬ ରୁ ମେ ୧୫ ଯାଏଁ ଚାଲିବ ଜନଗଣନା । ପ୍ରଥମ ୩ ଦିନ ଘର ନମ୍ଵରିଂ କରାଯିବ । ଏଥିପାଇଁ ୮୦ ହଜାର କର୍ମଚାରୀ ନିୟୋଜିତ ହୋଇଛନ୍ତି । ୮ ହଜାର ସୁପରଭାଇଜର ଅଛନ୍ତି । ୧୦ ହଜାର ଜନଗଣନାକାରୀଙ୍କୁ ରିଜର୍ଭ ରଖାଯାଇଛି । ଏମାନେ ସମସ୍ତ ତଥ୍ୟ ଡିଜିଟାଲି ଆଣିବେ । ଏନେଇ ସୂଚନା ଦେଇଛନ୍ତି ଜନଗଣନା ନିର୍ଦ୍ଦେଶକ ନିଖିଲ ପୱନ କଲ୍ୟାଣ । 

ସୂଚନାନୁଯାୟୀ, ଜନଗଣନାକାରୀ ମାନେ ନିଜ ନିଜ ମୋବାଇଲରେ ଏଚଏଲଭି ଆପ୍ ଡାଉନଲୋଡ କରିଛନ୍ତି । ଏହି ଆପ୍ ଜରିଆରେ ସମସ୍ତ ତଥ୍ୟ ଲୋଡ୍ କରିବେ । ଜନଗଣନା କରିବାକୁ ଗଲାବେଳେ ସାଥିରେ ଆଇ କାର୍ଡ ଏବଂ ନିଯୁକ୍ତି ପତ୍ର ନେବେ । ଲୋକଙ୍କୁ କୌଣସି ଡକ୍ୟୁମେଣ୍ଟ ଭେରିଫିକେସନ କିମ୍ବା ପ୍ରୁଫ ଦେବାକୁ ପଡିବ ନାହିଁ । କେବଳ ଯାହା ୩୩ଟି ପ୍ରଶ୍ନର ଉତ୍ତର କହିବେ । ଏହି ଜନଗଣନାରେ ସମସ୍ତେ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି ଜନଗଣନା ନିର୍ଦ୍ଦେଶକ ନିଖିଳ ପୱନ କଲ୍ୟାଣ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial