ଆଜି ପ୍ରକାଶ ପାଇବ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାଦଶ ଶ୍ରେଣୀ ପରୀକ୍ଷାଫଳ ।

ଅକ୍ଷର ବ୍ୟୁରୋ: ଆଜି ପ୍ରକାଶ ପାଇବ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାଦଶ ଶ୍ରେଣୀ ପରୀକ୍ଷାଫଳ । ମଧ୍ୟାହ୍ନ ୧୨ଟାରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇବ । ଏନେଇ ସିବିଏସ୍ଇ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ । ମାତ୍ର ଜାତୀୟ ଗଣମାଧ୍ୟମରେ ଏନେଇ ଚର୍ଚ୍ଚା ହେଉଛି । ତେବେ ପରୀକ୍ଷାର୍ଥୀମାନେ ‘cbse.gov.in’, ‘cbseresults.nic.in’ ଓ ‘results.cbse.nic.in’. ମାଧ୍ୟମରେ ସେମାନଙ୍କ ଫଳ ଜାଣିପାରିବେ । ଏଥିସହ ଡିଜିଲକର୍‌ ଓ ଉମଙ୍ଗ୍‌ ଆପ୍‌, ଆଇଭିଆର୍‌ଏସ୍‌ ଓ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ବି ପରୀକ୍ଷାଫଳ ଉପଲବ୍ଧ ହେବ । ପରୀକ୍ଷାଫଳ ପ୍ରକାଶ ପାଇବାର କିଛି ସମୟ ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ଅବଗତ କରାଯିବ ବୋଲି ସିବିଏସ୍‌ଇ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ଚଳିତବର୍ଷ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ୧୮ ଲକ୍ଷ ୫୯ ହଜାର ଛାତ୍ରଛାତ୍ରୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)