ଅକ୍ଷର ବ୍ୟୁରୋ: ରାଜ୍ୟବ୍ୟାପୀ ଖଡ଼ି ଛୁଆଁ ସହ ନୂଆ ଶ୍ରେଣୀ ଗୃହରେ ପିଲାଙ୍କ ପାଇଁ ପ୍ରବେଶ ଉତ୍ସବ ପାଳନ ହୋଇଛି । ରାଜଭବନ ସରକାରୀ ସ୍କୁଲରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଛନ୍ତି । କୁନି କୁନି ପିଲାମାନଙ୍କୁ ମୁଖ୍ୟମନ୍ତ୍ରୀ ଖଡ଼ି ଛୁଆଁଇଛନ୍ତି । ଏହା ସହ ପ୍ରବେଶ ଉତ୍ସବରେ ପିଲାଙ୍କ ସହ ବାର୍ତ୍ତାଳାପ କରିଛନ୍ତି । ପିଲାମାନେ ଖଡ଼ି ଛୁଇଁ ପାଠପଢା ଆରମ୍ଭ କରିଛନ୍ତି । ଖୁବ୍ ଆଡ଼ମ୍ଵରରେ ପିଲାଙ୍କ ବିଦ୍ୟାଳୟ ପ୍ରବେଶ ଉତ୍ସବ ପାଳନ ହୋଇଛି ।
ଚଳିତ ବର୍ଷ ଜନ ସଚେତନତା ବୃଦ୍ଧି ନିମନ୍ତେ ରାଜ୍ୟ ମୁଖ୍ୟାଳୟରୁ ‘ଶିକ୍ଷା ସଚେତନତା ରଥ’ ଆରମ୍ଭ କରାଯାଇଛି । ଏହି ସଚେତନତା ରଥ ଜିଲ୍ଲା ଓ ବ୍ଲକ୍ରେ ମଧ୍ୟ ବୁଲିବ । କାର୍ଯ୍ୟକ୍ରମର ସଫଳ କାର୍ଯ୍ୟାନ୍ଵୟନ ନିଶ୍ଚିତ କରିବା ପାଇଁ, ଜିଲ୍ଲା ଏବଂ ବ୍ଲକ୍ରେ କାର୍ଯ୍ୟକଳାପ ଆୟୋଜନ କରାଯିବ । ଛାତ୍ରଛାତ୍ରୀଙ୍କ ସହଭାଗିତା ଏବଂ ଅଂଶଗ୍ରହଣ ଉପରେ ଧ୍ୟାନ କେନ୍ଦ୍ରିତ କରିବା ନିମନ୍ତେ ବିଦ୍ୟାଳୟଗୁଡ଼ିକରେ ବିଷୟବସ୍ତୁ ସମ୍ବନ୍ଧୀୟ କାର୍ଯ୍ୟକଳାପ କ୍ଷେତ୍ର, ଯଥା-ଗପ ରାଇଜ, ରଙ୍ଗର ଦୁନିଆ ଓ ଖେଳଘରର ସ୍ଥାନ ପାଇବ ।












Leave a Reply