ବିଧାନସଭାରେ ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଅକ୍ଷର ବ୍ୟୁରୋ: ବିଧାନସଭାରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଉପସ୍ଥିତ ରହିଥିଲେ ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏହା ସହ ଅନ୍ୟ ସରକାରୀ ପ୍ରଶାସନିକ ଅଧିକାରୀ ମଧ୍ୟ ସାମିଲ ହୋଇଥିଲେ । ବିଜୁ ବାବୁଙ୍କ ବୀରତ୍ୱର ଗାଥା ସମସ୍ତେ ବଖାଣିଛନ୍ତି । ବିଜୁ ପଟ୍ଟନାୟକଙ୍କ ସାହସ ଓ ଓଡ଼ିଶା ଲୋକମାନଙ୍କ ପ୍ରତି ତାଙ୍କର ଅବଦାନ ବିଷୟରେ ବଖାଣିଛନ୍ତି ।

କେବଳ ଓଡ଼ିଶା କିମ୍ବା ଭାରତରେ ନୁହେଁ ବରଂ ଅନ୍ୟ ଦେଶମାନଙ୍କରେ ମଧ୍ୟ ବିଜୁ ବାବୁଙ୍କୁ ସମ୍ମାନ ଦିଆଯାଉଛି । ଆଜି ସମସ୍ତେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ମନେ ପକାଇଛନ୍ତି । ସବୁଠୁ ବଡ଼ କଥା ହେଉଛି ସ୍ବାଧୀନତା ସଂଗ୍ରାମ ଓ ଆଧୁନିକ ଓଡ଼ିଶା ଗଠନର ମୁଖ୍ୟ ପୁରୋଧାଙ୍କୁ ମନେ ପକାଉଛି ଆଜି ସାରା ଭାରତବର୍ଷ । ବିଜୁ ବାବୁଙ୍କ ଶ୍ରାଦ୍ଧ ବାର୍ଷିକୀରେ ଆଜି ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)