ଅକ୍ଷର ବ୍ୟୁରୋ: ଜୁନ୍ ୨ ତାରିଖରୁ ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରଥମେ ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓଙ୍କ ବିଭାଗର କରାଯିବ ସମୀକ୍ଷା । ବିଭାଗର ପ୍ରଦର୍ଶନ ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ । ଏହାପରେ ଅନ୍ୟ ବିଭାଗର ପ୍ରଦର୍ଶନ ନେଇ ସମୀକ୍ଷା କରାଯିବ। ମୋହନ ସରକାରକୁ ୨ ବର୍ଷ ପୂର୍ତ୍ତି ଅବସରରେ ସବୁ ବିଭାଗର ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଉଛନ୍ତି । ୯ ତାରିଖ ଭିତରେ ସବୁ ବିଭାଗର ରିପୋର୍ଟ ସମୀକ୍ଷା ଶେଷ ହେବ ।
ଏନେଇ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ଵାଇଁ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ୨ ବର୍ଷ ମଧ୍ୟରେ ଆମ ବିଭାଗ ବହୁତ କାମ କରିଛି । ପୂର୍ବରୁ ମେଟାଲ ସେକ୍ଟରରେ ଅଧିକ ପୁଞ୍ଜି ନିବେଶ ଆସୁଥିବା ବେଳେ ଏବେ ଅକ୍ଷୟ ଶକ୍ତି, ଆଇଟି, ଖାଦ୍ୟ ପ୍ରକ୍ରିୟାକରଣ, ସେମି କଣ୍ଡକ୍ଟର କ୍ଷେତ୍ରରେ ଅଧିକ ପୁଞ୍ଜି ଆସୁଛି । ପୁଞ୍ଜି ନିବେଶ ଠାରୁ ଗ୍ରାଉଣ୍ଡିଂ ଯାଏଁ ବିଭାଗ ମନିଟରିଂ କରୁଛି । ଅନେକ ସଫଳତା ମିଳୁଛି । ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଆ ପିଲାଙ୍କୁ ବିଶ୍ୱ ସ୍ତରରେ ସଫଳତା ମିଳୁଛି । ସମସ୍ତ ଆଇଟିଆଇ କେନ୍ଦ୍ରଗୁଡିକ ସଶକ୍ତ କରାଯାଇଛି । ୨ ତାରିଖଠାରୁ ମୁଖ୍ୟମନ୍ତ୍ରୀ ବିଭାଗ ୱାରୀ ସମୀକ୍ଷା କରିବେ । ଆମେ ଆମର ରିପୋର୍ଟ ପ୍ରସ୍ତୁତ କରୁଛୁ ।













Leave a Reply