ଅକ୍ଷର ବ୍ୟୁରୋ: ୩ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଶନିବାର ମୁଖ୍ୟମନ୍ତ୍ରୀ ହେଲିକ୍ୟାପ୍ଟର୍ ଯୋଗେ କେନ୍ଦୁଝର ସହର ନିକଟ ବେଦାପଳସା ଫୁଟବଲ୍ ପଡ଼ିଆରେ ପହଞ୍ଚିଥିଲେ । ସେଠାରୁ ବେଦାପଳସା ଚନ୍ଦ୍ରଶେଖର ମନ୍ଦିରରେ ପହଞ୍ଚିବା ପରେ ତାଙ୍କୁ ମନ୍ଦିର କମିଟି ତରଫରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ପ୍ରଭୁ ଚନ୍ଦ୍ରଶେଖରଙ୍କ ନିକଟରେ ରୁଦ୍ରାଭିଷେକ ପୂଜା କରିଥିଲେ ମୁଖ୍ୟମନ୍ତ୍ରୀ । ସେଠାରୁ ବାହାରି ଚନ୍ଦ୍ରଶେଖର ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ଫଳକ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲେ । ଏହାପରେ ସେ ବେଦାପଳସା ଅରଡ଼େଇ ପୋଲର ଶୁଭ ଉଦଘାଟନ କରିଥିଲେ ।
ଏହା ସହ ବେଦାପଳସା ଚନ୍ଦ୍ରଶେଖର ଉଚ୍ଚବିଦ୍ୟାଳୟର ଶତବାର୍ଷିକ ଉତ୍ସବ ସମାରୋହରେ ଯୋଗ ଦେଇଥିଲେ । ବିଦ୍ୟାଳୟ ପାଇଁ ୧୦ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି । ଏଠାରେ ଏକ ଗୋଦାବରୀଶ ମିଶ୍ର ପ୍ରାଥମିକ ବିଦ୍ୟାଳୟ ପାଇଁ ୭ କୋଟି ଟଙ୍କା ଏବଂ ବେଦାପଳସା ସରକାରୀ ଉଚ୍ଚ ବିଦ୍ୟାଳୟର ଉନ୍ନତି ପାଇଁ ୩ କୋଟି ଟଙ୍କା ଅନୁଦାନ ଦେଇଛନ୍ତି । ଆଜି ଓ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ବିଭିନ୍ନ କାର୍ୟ୍ୟକ୍ରମରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।












Leave a Reply