ଅକ୍ଷର ବ୍ୟୁରୋ: ଗାଁ ଗହଳିର ଲୋକଙ୍କ ସୁବିଧା ପାଇଁ ପଞ୍ଚାୟତ ଓ ବ୍ଲକ ମୁଖ୍ୟାଳୟକୁ ଯିବା ପାଇଁ ଗତ ସରକାର ଆରମ୍ଭ କରିଥିଲେ ସେବା । ସରକାର ବଦଳିବା ପରେ ଯୋଜନାର ନାଁ ମୁଖ୍ୟମନ୍ତ୍ରୀ ବସ୍ ସେବା କରାଗଲା । ହେଲେ ଏବେ ଏହି ବସ୍ ସେବା ଅନେକ ଉପାନ୍ତ ପଞ୍ଚାୟତ ଓ ବହୁ ଗାଁ କୁ ପହଞ୍ଚୁନଥିବା ଲୋକେ ଅଭିଯୋଗ କରିଛନ୍ତି । ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକର ପଞ୍ଚାୟତ ଓ ବ୍ଲକ ମୁଖ୍ୟାଳୟକୁ ସଠିକ ଭାବେ ଗଡୁନି ସରକାରୀ ବସ୍ । ଧୀରେ ଧୀରେ ଅନେକ ଗାଁକୁ ଏହି ବସ୍ ସେବା ଉପଲବ୍ଧ ହେଉ ନାହିଁ ଫଳରେ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଗଞ୍ଜାମର ଧରାକୋଟ ବ୍ଲକର ସାଆବା, ବଳରାମପୁର, ମଛାକୋଟ, ମାଣିକ୍ୟପୁର ଆଦି ଆଦିବାସୀ ଅଧ୍ୟୁଷିତ ପଂଚାୟତର ଲୋକ ଏହା ଦ୍ୱାରା ଅଧିକ ଲାଭବାନ ହେଉଥିଲେ । ହେଲେ ଏବେ ସାଆବା, ବଳରାମ ପୁର ଓ ବରଡାବିଲି ପଂଚାୟାତର ଏନେକ ଗ୍ରାମକୁ ଏହି ବସ ସେବା ଉପଲବ୍ଧ ହେଉ ନାହିଁ । ତେଣୁ ସେ ସବୁକୁ ପୁନଃ ଚଳନକ୍ଷମ କରିବା ପାଇଁ ଦାବି ହୋଇଛି । ଏପଟେ ଧରାକୋଟ ବିଡିଓ କହିଛନ୍ତି ଯେଉଁ ଗାଁକୁ ଏହି ବସ୍ ସେବା ବନ୍ଦ ଆଛି ତାହା ଖୁବଶୀଘ୍ର ଚାଲୁ କରାଯିବ ।
ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକର ପଞ୍ଚାୟତ ଓ ବ୍ଲକ ମୁଖ୍ୟାଳୟକୁ ପହଞ୍ଚି ପାରୁନି ମୁଖ୍ୟମନ୍ତ୍ରୀ ବସ୍ ସେବା ।















Leave a Reply