ଅକ୍ଷର ବ୍ୟୁରୋ: ରାଜ୍ୟରେ ଖୁବ୍ ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ୍ ସେବା । ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି । ଏଣିକି ସରକାରୀ ସ୍କୁଲ ଛାତ୍ରଛାତ୍ରୀମାନେ ମାଗଣାରେ ଏହି ବସ୍ ରେ ଯାତ୍ରା କରିପାରିବେ। ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସହ ଆଲୋଚନା ସରିଛି । ପରିବହନ ବିଭାଗ ଯେମିତି କ୍ଷତି ନ ସହିବ ସେନେଇ ଆଲୋଚନା ହୋଇଛି । ପ୍ରାୟ ୧୪୨୨ଟି ସରକାରୀ ବସରେ ଏପରି ସୁବିଧା ପ୍ରଦାନ କରାଯିବ । ସ୍କୁଲ୍ ୟୁନିଫର୍ମ ଓ ଆଇକାର୍ଡ ଦେଖାଇ ଛାତ୍ରଛାତ୍ରୀମାନେ ଏହି ସେବା ପାଇପାରିବେ । କେଉଁ ରୁଟ୍ରେ କେତେ ବସ୍ ଚାଲିବ, ତାହା ଏସ୍ଆରଟିସି ସ୍ଥିର କରିବ । କେବଳ ଗ୍ରାମାଞ୍ଚଳ ସ୍କୁଲ୍ ରେ ପାଠ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବା ନେଇ ସୂଚନା ରହିଛି ।












Leave a Reply