ଅକ୍ଷର ବ୍ୟୁରୋ: ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ପାଲଟିବ ଓଡ଼ିଶା । ରାଜ୍ୟର ପର୍ଯ୍ୟଟନ ପହଞ୍ଚିବ ବିଶ୍ୱ ସ୍ତରରେ । ପର୍ଯ୍ୟଟନକୁ ବିଶ୍ୱସ୍ତରୀୟ କରିବାକୁ ହେଉଛି ଯୋଜନା ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । ଏନେଇ ସଚିବ ସ୍ତରୀୟ ବୈଠକରେ ସବୁ ବିଭାଗ ପର୍ଯ୍ୟଟନକୁ ଫୋକସ କରିବାକୁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ନିର୍ଦ୍ଦେଶ ଦେଇଛନ୍ତି । ପର୍ଯ୍ୟଟନ କ୍ଷେତ୍ରରେ କେଉଁ ବିଭାଗ କଣ ଯୋଗ ଦାନ କରିପାରିବ ସେନେଇ ସଚିବ ସ୍ତରୀୟ ବୈଠକର ଆଲୋଚନା କରିଛନ୍ତି ଅନୁ ଗର୍ଗ । ଯେଉଁ ପର୍ଯ୍ୟଟକ ଇଣ୍ଡିଆକୁ ଆସିବାକୁ ନିଷ୍ପତ୍ତି ନେଉଛନ୍ତି ସେମାନେ ଓଡିଶା ଆସିବା ଦରକାର । ଓଡିଶା ପ୍ରଥମ ପସନ୍ଦ ହେବା ଦରକାର । ଏନେଇ ସବୁ ବିଭାଗକୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଥିଙ୍କ ଇଣ୍ଡିଆ ଥିଙ୍କ ଓଡିଶା ଥିମରେ ଦୌଡିବ ଓଡିଶା ପର୍ଯ୍ୟଟନ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।
ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ପାଲଟିବ ଓଡ଼ିଶା; ରାଜ୍ୟ ପର୍ଯ୍ୟଟନକୁ ବିଶ୍ୱ ସ୍ତରରେ ପହଞ୍ଚାଇବାକୁ ମୁଖ୍ୟ ଶାସନ ସଚିବଙ୍କ ଲକ୍ଷ୍ୟ ।












Leave a Reply